ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ପି.ସୁନ୍ଦର ରାଜ, ଏସପି ନିଖିଲ ରାଖେଚାଙ୍କ ସମ୍ମୁଖରେ ଏହି ମହିଳା ମାଓବାଦୀ ମାସେ ବାରସେ ଏକେ-୪୭ ବନ୍ଧୁକ ସହ ଆତ୍ମସମର୍ପଣ କରିଛି।
ମାସେ ବାରସେ ନାମରେ ସରକାର ୨୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ମାସେ ୨୦୦୩ ମସିହାରୁ ଆବୁଝମାଡ ଏବଂ ଦଣ୍ଡକାରଣ୍ୟରେ ସକ୍ରିୟ ରହିଥିଲା। ମାସେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ଭାବେ କାମ କରୁଥିଲା। ଉତ୍ତର ବସ୍ତର ଡିଭିଜନର ମାସେ ବାରସେ ସକ୍ରିୟ ନେତ୍ରୀ ରହିଥିଲା। ମାସେର ଆତ୍ମସମର୍ପଣ ପରେ ଏହି ଅଂଚଳ ସଂପୂର୍ଣ୍ଣ ଦୁର୍ବଳ ହୋଇଥିବା କୁହାଯାଇଛି।
ଆହୁରି ପଢ଼ନ୍ତୁ: Kerala Story 2 : କେରଳ ଷ୍ଟୋରି ୨ ରିଲିଜ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
ବସ୍ତର ଆଇଜି ସୁନ୍ଦର ରାଜ ଅନ୍ୟ ନକ୍ସଲମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମାସେଙ୍କୁ ପ୍ରଶାସନ ତରଫରୁ ୫୦ ହଜାର ଟଂକା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ କରାଯାଇ ଥଇଥାନ କରାଯିବ ବୋଲି କୁହାଯାଇଛି।
ଆହୁରି ପଢ଼ନ୍ତୁ: Maoists Surrender: ୨୫ ଲକ୍ଷ ପୁରସ୍କାର ଘୋଷିତ ୨ମାଓବାଦୀ ଛାଡ଼ିଲେ ଅସ୍ତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/26/untitled-24jpg-2026-02-26-18-24-09.jpeg)