ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା ଘଟଣା: ଓଡ଼ିଆ ଯୁବକ ସତ୍ୟମ୍ବଦ ପାତ୍ର ମୃତ

Advertisment
ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା ଘଟଣା: ଓଡ଼ିଆ ଯୁବକ ସତ୍ୟମ୍ବଦ ପାତ୍ର ମୃତ

ମାଲକାନଗିରି: ମଙ୍ଗଳବାର ଓଏନ୍‌ଜିସି ହେଲିକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଆରବ ସାଗରର ଏକ  ତୈଳ କୂପ ନିକଟରେ ଖସିପଡ଼ିବା ଘଟଣାରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ମାଲକାନଗିରି ଜିଲ୍ଲାରେ ବୋଲି ଜାଣିବାକୁ ମିଳିଛି। ମୃତକଙ୍କ ନାମ ସତ୍ୟମ୍ବଦ ପାତ୍ର। ବୃତ୍ତିରେ ସେ ଜଣେ ଭୂତତ୍ୱବିତ୍। ସତ୍ୟମ୍ବଦଙ୍କର ଗତବର୍ଷ ବାବାହ ହୋଇଥିଲା।

ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ମହାପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ। ସେଠାରେ ସେ ଭୂତତ୍ୱ ଶିକ୍ଷା ଗ୍ରହଣ କରିବା ପରେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ।

publive-image

ଆରବ ସାଗରରେ ରହିଥିବା ଓଏନଜିସିର ଏକ ପ୍ଲାଣ୍ଟକୁ ତଦାରଖ କରିବା ପାଇଁ ଗତକାଲି ଏକ ହେଲିକ୍ୟାପ୍ଟରରେ ସତ୍ୟମ୍ବଦ ଯାଉଥିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଅଥବା ଯୋଗାଯୋଗ ବିଛିନ୍ନ ହେବା ହେତୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୨ ଜଣ ପାଇଲଟ୍‌ଙ୍କ ସମେତ ସମୁଦାୟ ୯ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe