ବୃଦ୍ଧ ଦମ୍ପତ୍ତି ଓ ବିଧବା ମହିଳା ନ୍ୟାୟ ପାଇଲେ

Advertisment
ବୃଦ୍ଧ ଦମ୍ପତ୍ତି ଓ ବିଧବା ମହିଳା ନ୍ୟାୟ ପାଇଲେ

ମାଲକାନଗିରି: ମାଲକାନଗିରିସ୍ଥିତ ଏମଭି-୨୭ ଗ୍ରାମର ସୁରେଶ ଢାଲି ଏବଂ ତାଙ୍କ ପତ୍ନୀ ସରସ୍ବତୀ ଢାଲିଙ୍କୁ ତାଙ୍କ ପୁଅ ରତନ ଢାଲି ନିର୍ଯାତନା ଦେବା ସହ ଘରୁ ପଦାକୁ କାଢି ଦେଇଥିଲେ। ତେଣୁ ଏହି ବୃଦ୍ଧ ଦମ୍ପତ୍ତି ଏକ ଭଡା ଘରେ ରହୁଥିଲେ। ତେବେ ପୁଅର ଏଭଳି ଆଚରଣ ସଂପର୍କରେ ଏହି ଦମ୍ପତ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟରେ ଫେରାଦ ହୋଇଥିଲେ। ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ ଦରଖାସ୍ତ ପାଇବା ପରେ ବୃଦ୍ଧ ଦମ୍ପତ୍ତି ଏବଂ ପୁଅ ରତନକୁ ଡକାଇ ପିତାମାତାଙ୍କ ପ୍ରତି କରୁଥିବା ଅବହେଳା ସଂପର୍କରେ କହିବା ସହ କିପରି ସେ ବାପା ମାଆଙ୍କୁ ସେବା କରିବେ ସେନେଇ ବୁଝାଇଥିଲେ। ପରେ ପୁଅ ରତନ ବାପା ମାଆଙ୍କୁ ଘରକୁ ନେବା ସହ ସେମାନଙ୍କର ଯତ୍ନ ନେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ବାପା ମାଆଙ୍କୁ ସେମାନଙ୍କର ଘର ଦେବା ପରେ ବୃଦ୍ଧ ଦମ୍ପତ୍ତି ଆଶ୍ବସ୍ଥି ଲାଭ କରିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ କାଲିମେଳା ବ୍ଲକ ଦୋରାଗୁଡା ଗ୍ରାମର ସଂଧ୍ୟାରାଣୀ ପଣ୍ଡା ନାମକ ଜଣେ ବିଧବା ମହିଳା ନ୍ୟାୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟରେ ପହଞ୍ଚିଥିଲେ। ତାଙ୍କ ସ୍ବାମୀ ଗତ ତିନି ବର୍ଷ ତଳେ ମୃତ୍ୟୁବରଣ କରିଥିବା ଜଣାଇବା ସହ ସେ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗରେ କାମ କରୁଥିବା କହିଥିଲେ। ସ୍ବାମୀର ମୃତ୍ୟୁ ପରେ ବିଧବା ପତ୍ନୀଙ୍କକୁ ପେନସନ ମିଳିବା କଥା, କିନ୍ତୁ ପେନସନ ସଂପର୍କରେ ସେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଫେରାଦ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇପାରୁନଥିବା ନେଇ ସଚିବଙ୍କୁ ଦରଖାସ୍ତ କରିଥିଲେ। ସଚିବ ଅମରେଶ ନାୟକ ଏହି ଘଟଣା ସଂପର୍କରେ କାଲିମେଳା ଶିକ୍ଷା ବିଭାଗକୁ ଜଣାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେବା ପରେ ଶିକ୍ଷା ଅଧିକାରୀ ଏହାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ବ୍ଲକ ଶିକ୍ଷା ଅଧିକାରୀ ସଚିବଙ୍କୁ ଚିଠି ମାଧ୍ୟମରେ ପେନସନ ହୋଇଥିବା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe