କାଲିମେଳାରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କାଲିମେଳାରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

India.com

କାଲିମେଳା: ମାଲକାନଗିରି ଜିଲ୍ଲାର କା‌ଲିମେଳାରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ କାଲିମେଳା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ପଡିଆ ବ୍ଲକ ଅନ୍ତର୍ଗତ ଭଲମପାଲ୍ଲୀ ଗ୍ରାମର ରାଜୁ ସୋଡି ଓ କସା କବାସୀ ନାମକ ଦୁଇ ଯୁବକ ଏକ ବାଇକ ଯୋଗେ କାଲିମେଳାରୁ ନିଜ ଗାଁକୁ ଯାଉଥିଲେ। ତେବେ ବାଇକ୍‌ ଚଳାଉଥିବା ରାଜୁ ସୋଡିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବାଇକ ପଛରେ ବସି ଥିବା କସା କବାସୀ ଛିଟିକ ପଡ଼ି ବେହୋସ ହୋଇ ଯାଇଥିଲେ। ଘଟଣା ଘଟାଇ ଆମ୍ବୁଲାନ୍ସଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଏକ ଅଟୋ ସାହାଯ୍ୟରେ ଆହତ ଓ ମୃତକକୁ କାଲିମେଳା ମେଡିକାଲକୁ ନେଇ ଯାଇଥିଲେ। ଖବର ପାଇ କାଲିମେଳା ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe