Advertisment

Dead Body Worker ଘର ଆଗରେ ଦାଦନଙ୍କ ଶବ ଛାଡ଼ି ମାଲିକ ଫେରାର

Advertisment

ଅମ୍ବାଗୁଡ଼ା ଗ୍ରାମର ପଦିଆ ମାଢିଙ୍କ ଶବକୁ ଘର ଆଗରେ ଫୋପାଡ଼ି ଦେଇ ମାଲିକ ଫେରାର ହୋଇଯାଇଥିବାର ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

ଅମ୍ବାଗୁଡ଼ା ଗ୍ରାମର ପଦିଆ ମାଢିଙ୍କ ଶବକୁ ଘର ଆଗରେ ଫୋପାଡ଼ି ଦେଇ ମାଲିକ ଫେରାର ହୋଇଯାଇଥିବାର ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

Untitled-1.jpg

owner left after throwing dead body of migrant worker Photograph: (sambad.in) Photograph: (Sambad.in)

କାଲିମେଳା: ଦାଦନଦୁଃଖ, ଘର ଆଗରେ ଶବ ଛାଡ଼ି ମାଲିକ ଫେରାର | ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ଅନ୍ତର୍ଗତ ଅମ୍ବାଗୁଡା ଗ୍ରାମରେ| ଆଜି ଭୋର ସାଢ଼େ ୪ଟା ସମୟରେ ଅମ୍ବାଗୁଡ଼ା ଗ୍ରାମର ପଦିଆ ମାଢିଙ୍କ ଶବକୁ ଘର ଆଗରେ ଫୋପାଡ଼ି ଦେଇ ମାଲିକ ଫେରାର ହୋଇଯାଇଥିବାର ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଅମ୍ବାଗୁଡା ଗ୍ରାମର ପଦିଆ ମାଢି(୫୦) ୪ ମାସ ତଳେ କର୍ଣ୍ଣାଟକର ଏକ ବୋର ୱେଲ କମ୍ପାନୀରେଶ୍ରମିକଭାବରେ କାମ କରିବାକୁ ଯାଇଥିଲେ | ପଦିଆଙ୍କ ସହ ଗ୍ରାମର ଅନ୍ୟ ଦୁଇଜଣ ଲୋକ ମଧ୍ୟ ଏହି କମ୍ପାନୀରେ କାମ କରୁଥିଲେ | ଗତକାଲି କୌଣସି କାରଣରୁ ଗାଡ଼ିରୁ ଖସି ପଡ଼ିବାରୁ ଛାତିରେ ଲୁହା ଛଡ଼ ପଶି ଯାଇ ମୃତ୍ୟୁବରଣ କରିଥିଲେ | ହେଲେ କମ୍ପାନୀ ପକ୍ଷରୁ ପରିବାରକୁ କୌଣସି ଆଗୁଆ ସୂଚନା ନ ଦେଇ ଆଜି ଭୋର ସମୟରେ ଘର ଆଗରେ ମୃତ ପଦିଆଙ୍କର ଶବ ପକାଇ ଦେଇ ଫେରାର ହୋଇଯାଇଥିଲେ |

ଆହୁରି ପଢନ୍ତୁ - Bowler Aquib Nabi ଚର୍ଚ୍ଚାର କେନ୍ଦ୍ରରେ ଦ୍ରୁତ ବୋଲର୍‌ ଆକିବ୍‌ ନବି

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି

ଏ ସମ୍ପର୍କରେ ମାଲିକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ | ଘର ଚଳାଇବା ପାଇଁ ଦାଦନ ଖଟିବାକୁ ଯାଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe