ମାଲକାନଗିରି/ଖଇରପୁଟ: ଟ୍ରକ୍ରେ ଧାନ ଚାଲାଣ ବେଳେ ମାଲକାନଗିରି ଯୋଗାଣ ବିଭାଗ ଚଢ଼ାଉ କରି ଗୋଟିଏ ଟ୍ରକ୍କୁ ଧରିଛି। ଏହି ଟ୍ରକ୍ଟି କୋତାମେଟା ଅଂଚଳରୁ ଜୟପୁର ରଣ୍ଡାପାଲୀକୁ ଯାଉଥିଲା। ଯୋଗାଣ ବିଭାଗ ଗୋବିନ୍ଦପାଲୀ ନିକଟରେ ଧାନ ଟ୍ରକକୁ ଅଟକାଇଥିଲା। ଗାଡିରେ ୨୦୨ ପ୍ୟାକେଟ ଧାନ ରହିଥିବା ଯୋଗାଣ ବିଭାଗ କହିଛି। ଜବତ ଧାନଗାଡିକୁ ଗୋବିନ୍ଦପାଲୀ ଥାନାକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ପ୍ରଚୁର ଧାନ ଅମଳ ହୋଇଥିବା ବେଳେ ଦଲାଲମାନେ ଗରିବ ଚାଷୀମାନଙ୍କ ଠାରୁ କମ୍ ଦରରେ ଧାନ କିଣି ବାହାରକୁ ଚାଲାଣ କରୁଛନ୍ତି । ବିଶେଷ କରି ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ରକୁ ଧାନ ଚାଲାଣ କରାଯାଉଥିବା ବେଳେ ଏବେ କିନ୍ତୁ ବାହାର ଜିଲ୍ଲାକୁ ମଧ୍ୟ ଧାନ ଚାଲାଣ କରାଯାଉଥିବା ଜଣାପଡିଛି।
ଧାନ ବୋଝେଇ ଟ୍ରକ୍ ଜବତ
Advertisment
Follow Us