Advertisment

Paddy: କିଣିବାକୁ ମିଲର ହୋଇନାହାନ୍ତି ଅନୁବନ୍ଧିତ, ଧାନ ଉଠିବ କିପରି?

Advertisment

ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ଆଜି ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।

ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ଆଜି ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।

Mkg Mandi inaguration

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ଆଜି ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଚାଷୀମାନେ ସେମାନଙ୍କର ପରିଶ୍ରମର ଫଳ ପାଇବେ। ଚାଷୀମାନେ ଧାନର ବର୍ଦ୍ଧିତ ମୂଲ୍ୟର ଲାଭ ପାଇବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

ଚଳିତ ୨୦୨୫-୨୬ ଖରିଫ୍ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଏଫଏକ୍ୟୁ ମାନର ସାଧାରଣ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩୬୯ ଟଙ୍କା ଉପରେ ଇନପୁଟ ସହାୟତା ଟଙ୍କା ସହ ସର୍ବ ମୋଟ ୩୧୦୦ ଟଙ୍କା ରାଜ୍ୟ ସରକାର ଧାନର ଦର ସ୍ଥିର କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁରୁଖୁରରେ ଧାନ କ୍ରୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚାଷୀମାନେ କିଭଳି ଉଚିତ୍ ମୂଲ୍ୟ ପାଇବେ ସେଥି ନିମନ୍ତେ ପ୍ରଶାସନ ଯତ୍ନବାନ ରହିଛି ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି।

ପଞ୍ଜିକୃତ ଚାଷୀମାନଙ୍କୁ ଆଗୁଆ ସୂଚନା

ପଞ୍ଜିକୃତ ଚାଷୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି। ଚାଷୀମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମିଲର ସହ ବିଭାଗ ଅନୁବନ୍ଧିତ କରିନଥିବାରୁ କିପରି ଧାନ କ୍ରୟ ହେବ ବୋଲି ପ୍ରଶ୍ନ ଉଠିଛି। ଜିଲ୍ଲାର ୨୯ଟି ମିଲରମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ରାଜିନାମା ସ୍ବାକ୍ଷର କରିଥିବା ଜଣାପଡିଛି। ଧାନ ଏବେ କିପରି ଉଠିବ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: Delhi Metro: ଦିଲ୍ଲୀ ମେଟ୍ରୋର ହେବ ସମ୍ପ୍ରସାରଣ: ୫ ହଜାର କୋଟି ଟଙ୍କା ଋଣ କରାଯିବ

ଅଧିକ ଧାନ କ୍ରୟ ହେବ

ଜିଲ୍ଲାରେ ୬୮ଟି ମଣ୍ଡି ରହିଥିବା ବେଳେ ୪୭,୭୭୦ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ ଏବଂ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ପ୍ରକ୍ରିୟା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିସହ ସମସ୍ତ ମଣ୍ଡି ଗୁଡିକରେ ଚାଷୀ ମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଯାଇଛି। ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବା ସହ ଚାଷୀମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି। ଚାଷୀମାନଙ୍କୁ ଆଧାର ସଂଯୁକ୍ତ ଇ-କେୱାଇସି ଦେୟ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଉପ ଜିଲ୍ଲାପାଳ ଅଶ୍ନି ଏ ଏଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପରିଚାଳନା କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଡିଆରସିଏସ ଥିଓଫିଲ ଶବର, ଆରଏମସି ସଂପାଦକ ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Winter Food: ରୋଗ ଉପଶମ କରେ ଶୀତଦିନିଆ ଖାଦ୍ୟ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe