Advertisment

ଧରାପଡ଼ିଲା ବଜ୍ରକାପ୍ତା ଚୋରାଚାଲାଣ ରୢାକେଟ

Advertisment

‌ବିକ୍ରି ପାଇଁ ଦେଶ ବାହାରକୁ ପଠାଯାଉଥିଲା, ୭ ଗିରଫ

‌ବିକ୍ରି ପାଇଁ ଦେଶ ବାହାରକୁ ପଠାଯାଉଥିଲା, ୭ ଗିରଫ

ଧରାପଡ଼ିଲା ବଜ୍ରକାପ୍ତା ଚୋରାଚାଲାଣ ରୢାକେଟ

ମାଲକାନଗିରି : ବନ୍ୟଜନ୍ତୁ ଚୋରା ଚାଲାଣ କରୁଥିବା ଗୋଟିଏ ରୢାକେଟକୁ ଧରିବାରେ ସଫଳ ହୋଇଛି ମାଲକାନଗିରି ବନ ବିଭାଗ। ଏମଭି-୧୦ ଗ୍ରାମରେ ବଜ୍ରକାନ୍ତ ଚୋରା ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା। ବୟସ୍କ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ରାଜ୍ୟ ବାହାରକୁ ଚୋରା ଚାଲାଣ ଦୀର୍ଘଦିନ ହେଲା ଚାଲିଛି। ସ୍ଥାନୀୟ ଶିକାରୀଙ୍କୁ ଯୋଗାଯୋଗ କରି ରାଜ୍ୟ ବାହାର ମାଫିଆ ଏହି କାମ କରୁଛନ୍ତି। ସ୍ବଳ୍ପ ମୂଲ୍ୟରେ ଏଠାରୁ ଜୀବନ୍ତ ବନ୍ୟଜନ୍ତୁ ସଂଗ୍ରହ କରିବା ପରେ ତାହାକୁ ଦେଶ ବାହାରକୁ ଲକ୍ଷାଧିକ ଟଙ୍କାରେ ଚୋରା ଚାଲାଣ କରୁଛନ୍ତି। ଏପରିକି ବେଳେ ବେଳେ ବନ୍ୟଜନ୍ତୁଙ୍କୁ ଧରିବା ସମୟରେ ମରିଗଲେ ଚମଡ଼ା, ହାଡ଼, ଦାନ୍ତ, ନଖ ଆଦି ବିକ୍ରି କରାଯାଉଛି। ଏହିକ୍ରମରେ ଗୋଟିଏ ବୟସ୍କ ବଜ୍ରକାପ୍ତାକୁ ଏମଭି-୪୭ ଗ୍ରାମର ଗୋକୁଳନନ୍ଦ ମିସ୍ତ୍ରୀ, ଦୁଗାଲି ଗ୍ରାମର କମଲ ଲୋଚନ ମାଢି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡାର ସମନ୍ଧ ପୂଜାରୀ, ପୁରଣାଗୁଡାର ଘାସିରାମ ପୂଜାରୀ ଏବଂ ଏମଭି-୧୦ ଗ୍ରାମର ପଙ୍କଜ ସରକାର ଧରିଥିଲେ। ତାହାକୁ ବିକ୍ରି କରିବା ପାଇଁ ଯୋଗାଯୋଗ କରିବା ବେଳେ ବନ ବିଭାଗକୁ ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବିଳମ୍ବ ନକରି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଉପରୋକ୍ତ ୭ଜଣଙ୍କୁ ଗିରଫ କରିଛି। ଏହାର ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe