ଛାଇଗଲା ନକ୍ସଲ ପୋଷ୍ଟର ଓ ବ୍ୟାନର : କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ

Advertisment
ଛାଇଗଲା ନକ୍ସଲ ପୋଷ୍ଟର ଓ ବ୍ୟାନର : କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ସ୍ଥିତି ଜାରି କରିଛନ୍ତି ଲାଲ ବାହିନୀ। ଯଦିଓ କୌଣସି ହିଂସାକାଣ୍ଡ ଘଟାଇ ନାହାନ୍ତି ତଥାପି ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି। ଆଜି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁର ଏବଂ କୁରମାନୁର ଅଂଚଳରେ ବହୁ ସଂଖ୍ୟାରେ ବ୍ୟାନର ଦେଖିବାକୁ ମିଳିଥିଲା। ସେଥିରେ ସିଧାସଳଖ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ କରାଯାଇଛି।

କେନ୍ଦୁପତ୍ର ବ୍ୟବସାୟୀ ତୁରନ୍ତ ଏହି ଅଂଚଳ ଛାଡ଼ି ଚାଲିଯାଅ। ନଚେତ ମୃତ୍ୟୁଦଣ୍ଡ ଭୋଗିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ଚେତାବନୀ ଦିଆଯାଇଛି। ସେହିପରି କାଲିମେଳା ଅଂଚଳରେ ମଧ୍ୟ ନକ୍ସଲ ପୋଷ୍ଟର ମାରି ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ପିଚୁ ରାସ୍ତା ଏବଂ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କଲେ ଜନସାଧାରଣଙ୍କର ଉନ୍ନତି ହେବ ନାହିଁ। ବରଂ ଜିଲ୍ଲାରେ ଲୋକଙ୍କ ପାଇଁ ରହିଥିବା ଜଳ, ଜମି, ଜଂଗଲକୁ ସୁରକ୍ଷା ଦେବା ପରେ ସେମାନଙ୍କ ହିତ ସାଧନ କଲେ ହିଁ ଉନ୍ନତି ହେବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗ୍ରିନହଣ୍ଟକୁ ପ୍ରତିହତ କରିବା ସହ ପୁଲିସ କାର୍ଯ୍ୟକୁ ବିରୋଧ କରିବା ପାଇଁ ପୋଷ୍ଟରରେ ସୂଚେଇଛନ୍ତି। ଲୋକଙ୍କ ଆସ୍ଥା ଭାଜନ ପାଇଁ ନକ୍ସଲ ଏଭଳି ପୋଷ୍ଟର ମାରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe