କୋବ୍ରା ଉଠାଇ ଆଣିଥିଲେ ୧୦ଜଣଙ୍କୁ, ପୁଲିସ ଛାଡିଲା

କୋବ୍ରା ଉଠାଇ ଆଣିଥିଲେ ୧୦ଜଣଙ୍କୁ, ପୁଲିସ ଛାଡିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ମାଓବାଦୀ ସନ୍ଦେହରେ କୋବ୍ରା ଯବାନ ୧୦ଜଣଙ୍କୁ ଉଠାଇ ଆଣିଥିଲେ। ତେବେ ତଦନ୍ତ ପରେ ଏମାନେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ନଥିବା ସ୍ପଷ୍ଟ ହେବା ପରେ ପୁଲିସ ସମସ୍ତଙ୍କୁ ଛାଡ଼ି ଦେଇଛି।  ଘଟଣାରୁ ପ୍ରକାଶ ଯେ ଗତ ଚାରି ଦିନ ପୂର୍ବେ କୋବ୍ରା ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯୋଡାମ୍ବ ପଞ୍ଚାୟତର ସିଟୁଗୋନ୍ଧି, ବଡଝୋଲା,ସିଙ୍ଗାରାମା,କରନଝୋଲାଆଦି ଗ୍ରାମରୁ ମାଓବାଦୀ ସନ୍ଦେହରେ ୧୦ ଜଣଙ୍କୁ ଉଠାଇ ଆଣିଥିଲେ।  ଏମାନଙ୍କ ଗତିବିଧି ସନ୍ଦେହଜନକ ଥିବାରୁ  ସମସ୍ତଙ୍କୁ ଗତ ମଙ୍ଗଳବାର ଦିନ ଚିତ୍ରକୋଣ୍ଡା ପୁଲିସକୁ  ହସ୍ତାନ୍ତର କରିଥିଲେ। ଏମାନଙ୍କୁ ମାରାଥନ୍‌ ଜେରା କରିବା ପରେ ନକ୍ସଲ ସହ ଏହି ଗ୍ରାମବାସୀଙ୍କ କୌଣସି ସଂପର୍କ ନଥିବା ଜଣାପଡିଥିଲା। ତେଣୁ ଆଜି ସମସ୍ତଙ୍କୁ ଛାଡି ଦେଇଛି। ମାଲକାନଗିରି ଏସପି ଜଗମୋହନ ମୀନାଙ୍କୁ ଯୋଗାଯୋଗ କରାଯିବାରୁ ଏଭଳି ଘଟଣାକୁ ସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe