ଅଭିଯୋଗ ଶୁଣିଲେ ମୋହନ, ଲୋକଙ୍କ ଦାବି କରିବେ ସମାଧାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଠାରେ ଅନୁଷ୍ଠିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ରେ ଯୋଗଦେବା ଅବସରରେ ୫୦ରୁ ଊର୍ଦ୍ଧ୍ବ ଅଭିଯୋଗକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଶତାଧିକ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ।

9cf62ef5-2f30-4736-954e-dda564d59c79

ମାଲକାନଗିରି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଠାରେ ଅନୁଷ୍ଠିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ ପଡ଼ିଆରେ ବହୁ ସମୟ ରହିବା ସହ ରାତ୍ରୀଯାପନ କରିଥିଲେ। ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରୁଥିବା ଜିଲ୍ଲାବାସୀ ଜାଣିବା ପରେ ଆଜି ସକାଳୁ ସର୍କିଟ ହାଇସ ନିକଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏତେ ଭିଡ଼କୁ ଦେଖି ସୁରକ୍ଷାକର୍ମୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲେ। ତେବେ ଲୋକେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲେ। ୫୦ରୁ ଊର୍ଦ୍ଧ୍ବ ଅଭିଯୋଗକାରୀଙ୍କ ସହ ଶତାଧିକ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଖବର ପଢ଼ନ୍ତୁ: ମାଲକାନଗିରିର ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମାଲକାନଗିରି ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗସ୍ତର ଦ୍ବିତୀୟ ଦି‌ନରେ ଶନିବାର ସକାଳୁ ସେ ଅଭିଯୋଗକାରୀଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ଏଥି ସହିତ ଅଭିଯୋଗକାରୀଙ୍କ ଦାବି ପୂରା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

ମୁଖ୍ୟମନ୍ତ୍ରୀ ନିଜର ନିତ୍ୟକର୍ମ ସାରିବା ପରେ ଅନ୍ୟ କାମରେ ବ୍ୟସ୍ତ ହୋଇଯାଇଥିଲେ। ଦୀର୍ଘ ସମୟ ଧରି କିନ୍ତି ଅଭିଯୋଗକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଅପେକ୍ଷା କରି ରହିଥିଲେ। ମାଲକାନଗିରି ଠାରେ କୌଣସି ଅଭିଯୋଗ ପ୍ରକୋଷ୍ଠର ନଥିଲା। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନେକ ଅଭିଯୋଗକାରୀ ଅଭିଯୋଗ ପତ୍ର ଧରି ବାହାରେ ଜଗି ରହିଥିବା ନେଇ ମୁଖ୍ୟମନ୍ତ୍ରୀ ଖବର ଶୁଣିବା ପରେ ନିଜ ପ୍ରକୋଷ୍ଠକୁ ନଡାକି ଉଠିପଡି ଲୋକଙ୍କ ପାଖକୁ ଯାଇ ସେମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କର ଦାବିପତ୍ର ଗ୍ରହଣ କରିଥିଲେ। ଗୋଟିଗୋଟି କରି ଅଭିଯୋଗକାରୀଙ୍କ ନିକଟରେ ଆସି ଅଭିଯୋଗ ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏଥିସହ ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ଆଧାର କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର

ମୁଖ୍ୟମନ୍ତ୍ରୀଙ୍କର ଏଭଳି ଭଲ ପାଇବା ଏବଂ ଲୋକଙ୍କ ପାଇଁ କାର୍ଯ୍ୟ ଆସିଥିବା ଦେଖି ଅଭିଯୋକାରୀମାନେ ବେଶ ଖୁସି ହେବା ସହ ସେମାନଙ୍କର ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଆଶା ରଖିଛନ୍ତି। ଅନ୍ୟଦିଗରେ ମୁଖ୍ୟମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ଲୋକେ ପ୍ରଶଂସା କରିଛନ୍ତି।

ଏହି ଖବର ପଢ଼ନ୍ତୁ: ୟୁଟ୍ୟୁବରେ ପାଦ ଦେଉଦେଉ ହ୍ୟାକ୍ ହୋଇଗଲା ଆକାଉଣ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe