ପୋଷ୍ଟର ମାରି ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଚେତାବନୀ: ପ୍ରାର୍ଥିପତ୍ର ପ୍ରତ୍ୟାହାର ନକଲେ ଦଣ୍ଡ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ମାଲକାନଗିରି : ପଞ୍ଚାୟତ ନିର୍ବାଚନର ଠିକ୍‌ ଦୁଇ ସପ୍ତାହ ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଚେତାବନୀ। ନିର୍ବାଚନ ବର୍ଜନ କରିବାକୁ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର। ନକ୍ସଲ ନା କେହି ଦୁର୍ବୃତ୍ତ ମନ୍ଦ ଉଦ୍ଦେଶ୍ୟ ରଖି ଏହି କାମ କରିଛନ୍ତି ସ୍ପଷ୍ଟ ହୋଇପାରି ନାହିଁ। ତେବେ ନକ୍ସଲ ନାଁରେ ପୋଷ୍ଟର ଲାଗିଥିବାରୁ ହଇଚଇ ସୃଷ୍ଟି ହୋଇଛି। ବିଏସ୍‌ଏଫ୍‌ ଓ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ୫ବର୍ଷ ତଳେ ବି ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ ନକ୍ସଲ। ତେଣୁ ଲୋକେ ଏବଂ ପ୍ରାର୍ଥୀ ଆତଙ୍କିତ ଅବସ୍ଥାରେ ରହିଥିଲେ। ଏପରିକି ପଞ୍ଚାୟତ ନିର୍ବାଚନ ହୋଇପାରି ନଥିଲା। ତେବେ ଚଳିତଥର ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସ୍ବାଭିମାନ ଅଞ୍ଚଳରେ ପ୍ରଚାର ଚାଲିଛି। ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ରହିଥିବା ବେଳେ ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ, ଯନ୍ତ୍ରୀ ଏବଂ ଯଡ଼ାମ୍ବ ପଞ୍ଚାୟତରେ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି। ସେଥିରେ ନିର୍ବାଚନକୁ ବିରୋଧ କରାଯାଇଛି। ବିଭିନ୍ନ ପଦବି ପାଇଁ ଲଢ଼ୁଥିବା ପ୍ରାର୍ଥୀମାନେ ତୁରନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ବିଶାଖା ଇଷ୍ଟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଉଲ୍ଲେଖ ହୋଇଛି। ଏହି ପୋଷ୍ଟର ନକ୍ସଲ ମାରିଛନ୍ତି ନା ଆଉ କେହି ମାରିଛନ୍ତି ପୁଲିସ ତଦନ୍ତ ଆରମ୍ଭ କରୁଛି। ବିଏସ୍‌ଏଫ୍‌ ଏବଂ ପୁଲିସ ପକ୍ଷରୁ ସତ୍ୟାସତ୍ୟ ଜାଣିବା ପାଇଁ ପ୍ରୟାସ କରାଯାଉଛି। ନିର୍ବାଚନ ପୂର୍ବରୁ ପୋଷ୍ଟର ମାରି ଲୋକଙ୍କୁ ଏବଂ ପ୍ରାର୍ଥୀଙ୍କୁ ଆତଙ୍କିତ କରିବାକୁ ଉଦ୍ୟମ କରାଯାଇଛି। କିନ୍ତୁ ଏଥିରେ କେହି ଆତଙ୍କିତ ନ ହେବାକୁ ପୁଲିସ ପରାମର୍ଶ ଦେଇଛି। ସେହିପରି ୫ବର୍ଷ ମଧ୍ୟରେ ସ୍ବାଭିମାନ ଅଞ୍ଚଳରେ ବହୁତ କିଛି ବଦଳି ଯାଇଛି। ନକ୍ସଲ ଯଦି ନିର୍ବାଚନକୁ ଭଣ୍ଡୁର କରିବାକୁ ଚେଷ୍ଟା କରିବେ ତେବେ ନିଶ୍ଚିତ ରୂପେ ବଡ଼ କ୍ଷତି ସହିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe