କାଲିମେଳା: ମାରାଣପାଲିରେ ଜୁଆଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୨ ଗିରଫ

କାଲିମେଳା: ମାରାଣପାଲିରେ ଜୁଆଆଡ୍ଡା ଉପରେ ପୁଲିସର ଚଢ଼ାଉ, ୧୨ ଗିରଫ

କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ମାରାଣପାଲିରେ ମକର ପାଇଁ ଚାଲିଥିବା କୁକୁଡ଼ା ଲଢ଼େଇ ଓ ଜୁଆ ଆଡ୍ଡା ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିବାର ଖବର ମିଳିଛି। ଏହି ସମୟରେ ୧୨ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଲକାନଗିରି ଏସଡିପିଓ ଏକ ଟିମକୁ ନେଇ ମାରାଣପାଲିରେ ଚଢ଼ାଉ କରୁଥିଲେ ଚଢ଼ାଉ ସମୟରେ ଉପସ୍ଥିତ ଗ୍ରାମବାସୀ ପୁଲିସ ମଧ୍ୟରେ ଟେକା ପଥର ମାଡ଼ ହୋଇଥିଲା। ଏଥିରେ କେତେକ ପୁଲିସ କର୍ମୀ  ଗ୍ରାମବାସୀ ସାମାନ୍ୟ ଆହତ ହୋଇଥିଲେ।

ପୁଲିସ ଘଟଣାସ୍ଥଳରୁ ଅନେକ ଗ୍ରାମବାସୀଙ୍କୁ ଧରି ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗିରଫ କରାଯାଇଥିବାର ପ୍ରାଥମିକ ସୂଚନା ମିଳିଛି ସେହିପରି ଜଣେ ପୁଲିସ ଅଧିକାରୀଙ୍କର ବନ୍ଧୁକ ରାତିରେ ହଜିଯାଇଥିବା ବେଳେ ବହୁତ ଖୋଜାଖୋଜି କରିବା ପରେ ବନ୍ଧୁକ ଟି ମିଳିଥିବାର ସୂଚନା ମିଳିଛି ଅନ୍ୟ ପକ୍ଷରେ ପୁଲିସ ଅଧିକ ତଦନ୍ତ  ଆରମ୍ଭ କରିଛିତେବେ ସମ୍ପର୍କରେ ପୁଲିସ ମୁଁହ ଖୋଲୁ ନଥିବା ବେଳେ ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe