ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ରାଇରଙ୍ଗପୁର ଗସ୍ତ

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ଅମ୍ବାଡ଼ିସି ନିରୀକ୍ଷଣ କର୍ତ୍ତୃପକ୍ଷ ଅନଙ୍ଗ କୁମାର ପଟ୍ଟନାୟକ ରାଇରଂଗପୁର ଗସ୍ତ କରିଛନ୍ତି। ଅମ୍ବାଡିସି ପାଣ୍ଠିରୁ ଜିଲ୍ଲାର ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ବ୍ଲକ ସମେତ ମୁନିସିପାଲଟି ଅଞ୍ଚଳରେ କୋଟିକୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ ୨୦୧୮ ମସିହାରୁ ଆରମ୍ଭ ହୋଇଛି।

Ananga Kumar Pattnaik

Ananga Kumar Pattnaik Photograph: (Sambad )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରଗସ୍ତରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ଅମ୍ବାଡ଼ିସି ନିରୀକ୍ଷଣ କର୍ତ୍ତୃପକ୍ଷ ଅନଙ୍ଗ କୁମାର ପଟ୍ଟନାୟକ ଆସିଥିଲେ। ସୂଚନାଯୋଗ୍ୟ କି ଅମ୍ବାଡିସି ପାଣ୍ଠିରୁ ଜିଲ୍ଲାର ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ବ୍ଲକ ସମେତ ମୁନିସିପାଲଟି ଅଞ୍ଚଳରେ କୋଟିକୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ ୨୦୧୮ ମସିହାରୁ ଆରମ୍ଭ ହୋଇ ଅଛି। ସେଠି ମଧ୍ୟରୁ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିବା ବେଳେ ଆଉ କେତେକ ଅମ୍ବା ଡ଼ିସି ପାଣ୍ଠି କାର୍ଯ୍ୟ ଆଗେଇ ଚାଲିଛି।

ଏନେଇ କାର୍ଯ୍ୟର ଅବଧି କାର୍ଯ୍ୟର ମାନ ନିଜେ ବୁଲିବୁଲି ଦେଖିଥିଲେ। କେଉଁଠି ସନ୍ତୋଷ ପ୍ରକାଶ କରିଥିବା ବେଳେ ଅଯଥା ଖର୍ଚ୍ଚ ଓ ନିର୍ମାଣ କାର୍ଯ୍ୟରମାନ ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ଠିକାଦାରଙ୍କୁ କଳା ତାଲିକା କରିବା ପାଇଁ ସୂଚନା ଦେଇଥିଲେ। ଶ୍ରୀ ପଟ୍ଟନାୟକ ଜିଲ୍ଲା ସଦର ମହକୁମା ବାରିପଦାରୁ ବାହାରି ବିଶୋଇ ଦେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ମହୁଲଡ଼ିହାଠାର ପହଞ୍ଚି ଥିଲେ। ତା ପରଦିନ ସକାଳୁ ରାଇରଙ୍ଗପୁର ବ୍ଲକ, ପୁରୁଣାପାଣି ଗ୍ରାମପଞ୍ଚାୟତ କଲରଦା ଗ୍ରାମର ନିର୍ମାଣ ଧିନ ଥିବା ମେଗା ଜଳ ପ୍ରକଳ୍ପ ସହ ଜଳ ଟିର୍ଟମେଣ୍ଟ ପ୍ଲାଣ୍ଟ ଦାଣ୍ଡବସଠାରେ ଦେଖିବା ପରେ ପଞ୍ଚାୟତ, ହିତାଧିକାରୀଙ୍କ ସହିତ ଆଳାପ ଆଲୋଚନା କରି ପାନୀୟ ଜଳ ଯୋଗାଣ ଓ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ। 

ଶ୍ରୀ ପଟ୍ଟନାୟକ କାର୍ଯ୍ୟର ଅବଧି କାର୍ଯ୍ୟର ମାନ ନିଜେ ବୁଲିବୁଲି ଦେଖିଥିଲେ। କେଉଁଠି ସନ୍ତୋଷ ପ୍ରକାଶ କରିଥିବା ବେଳେ ଅଯଥା ଖର୍ଚ୍ଚ ଓ ନିର୍ମାଣ କାର୍ଯ୍ୟରମାନ ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ଠିକାଦାରଙ୍କୁ କଳା ତାଲିକା କରିବା ପାଇଁ ସୂଚନା ଦେଇଥିଲେ।

ସେହିପରି ରାଇରଙ୍ଗପୁରର ମ୍ୟୁନ୍ସିପାଲଟି ପୌରପାଳିକ ମଧ୍ୟରେ ଥିବା ଉପଖଣ୍ଡ ସରକାରୀ ଡାକ୍ତରଖାନାର ରାଇରଙ୍ଗପୁରର ଭିର୍ତ୍ତିଭୂମି ବିକାଶ ଦେଖି ସଭା ଗୃହର ଉନ୍ନତୀକରଣ ଓ କର୍ମଚାରୀଙ୍କ ନିର୍ମାଣାଧିନ ସରକାରୀ ବାସଗୃହ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ରାଇରଙ୍ଗପୁର ମ୍ୟୁନିସିପାଲଟିର ପୌରପାଳିକା ପାଇଁ ଟ୍ୟାପରୁ ୨୪×୭ ପାନୀୟ ଜଳ ପାଇଁ ଜଳ ଯୋଗାଣ, ୱାର୍ଡ ନମ୍ବର ୦୫, ୨୪×୭ର ଜଳ ବିଶୋଧନ କେନ୍ଦ୍ର ସହ ଟ୍ୟାପରୁ ପାନୀୟ ଜଳ ଦେଖିଥିଲେ ଏବଂ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥଲେ।ଶେଷରେ ଜସିପୁର ବ୍ଳକ ଅଭିମୁଖେ ବାହାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe