ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନାୟକଗୁଡା ଗ୍ରାମ ପଞ୍ଚାୟତ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ ଠାରେ ନାୟକଗୁଡା ସରପଞ୍ଚ ଲକ୍ଷ୍ମୀ ବାକାଙ୍କ ନେତୃତ୍ଵରେ ପ୍ରାୟ ୨୦୦ ଚାଷୀ ଧାନ ମଣ୍ଡିରୁ ଧାନ ଉଠୁନଥିବାରୁ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ୩ ଘଣ୍ଟା ରାସ୍ତା ରୋକ କରିବା ପରେ ପ୍ରଶାସନର ହସ୍ତକ୍ଷେପ ପରେ ଚାଷୀମାନେ ରାସ୍ତାରୁ ହଟିଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ଉତ୍ସାହ, ଗୋଟିଏ ଦିନରେ ନିବେଶକଙ୍କ ଲାଭ ୬ ଲକ୍ଷ କୋଟି

ଚାଷୀମାନଙ୍କ ଅଭିଯୋଗ ହେଲା ମଣ୍ଡିରେ ସାପ୍ତାହିକ ୧ ହଜାର କ୍ବିଣ୍ଟାଲ ଧାନ ଉଠିବା ନେଇ ନିଷ୍ପତ୍ତି ହୋଇଛି। କିନ୍ତୁ ଚାଷୀମାନଙ୍କ ମୋବାଇଲକୁ ୨ ହଜାର କ୍ବିଣ୍ଟାଲ ଧାନ ବିକ୍ରି କରିବା ନେଇ ସୂଚନା ଆସିଛି। ଯାହା ଦ୍ୱାରା ମଣ୍ଡିରେ ସପ୍ତାହ ସପ୍ତାହ ଧରି ଧାନ ପଡି ରହିଛି। ସୂଚନାଯୋଗ୍ୟ ଯେ ନାୟକଗୁଡା ଗ୍ରାମପଞ୍ଚାୟତରେ ସମୁଦାୟ ୩୮୬ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ଅନୁଯାୟୀ ୧୪ ହଜାର କ୍ବିଣ୍ଟାଲ ଧାନ ଉଠିବା କଥା। କିନ୍ତୁ ଏହି ମଣ୍ଡି ପାଇଁ ମାତ୍ର ୮୨୦୦ କ୍ବିଣ୍ଟାଲ ଧାନ କ୍ରୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି।

ଏହି ଖବର ପଢ଼ନ୍ତୁ: ଦୁର୍ଗମ ନକ୍ସଲ ଅଞ୍ଚଳରେ ନୂଆ ପୁଲିସ କ୍ୟାମ୍ପ ସ୍ଥାପିତ

ମାଥିଲି ଲ୍ୟାମ୍ପ ପରିଚାଳନା ଅଧିକାରୀ କହିଛନ୍ତି ଯେ ଗତ ବର୍ଷ ମଧ୍ୟ ବହୁ ଚାଷୀ ପଞ୍ଜୀକରଣ କରିବା ସତ୍ବେ ଧାନ ବିକ୍ରି କରି ନପାରି ନିରାଶ ହୋଇଥିଲେ। ଜିଲ୍ଲାପାଳଙ୍କୁ ମଧ୍ୟ ଏହି ସୂଚନା ଦେଇଥିବା ସେ କହିଥିଲେ। ଅନ୍ୟ ଦିଗରେ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଚଳିତ ବର୍ଷ ନାୟକଗୁଡା ମଣ୍ଡିକୁ ଅଧିକା ଧାନ କ୍ରୟ ନେଇ ଟାର୍ଗେଟ ଦେବାକୁ ଅନୁରୋଧ କରିଥିଲେ।  

ଏହି ଖବର ପଢ଼ନ୍ତୁ: ସ୍ୱାମୀକୁ ଦୁଇ ଖଣ୍ଡ କରି ହାଣିଦେଲା ସ୍ତ୍ରୀ

ଜିଲ୍ଳାପାଳ କହିଛନ୍ତି ଟାର୍ଗେଟ ବଢିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଚିଠି କରାଯାଇଛି। ନିର୍ଦେଶ ଆସିଲେ ଏହି ଟାର୍ଗେଟ ବଢାଯିବ ବୋଲି ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଚାଷୀମାନଙ୍କୁ ବୁଝାଇଥିଲେ। ପରେ ଚାଷୀମାନେ ସମୟ ଧାର୍ଯ୍ୟ କରି କହିଥିଲେ ଯେ ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ରାଜ ରାସ୍ତାକୁ ଓହ୍ଲାଇବ। ପ୍ରାୟ ୩ ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ ରହିଥିବାରୁ ସ୍ଥାନୀୟ ଆଇଆଇସିଙ୍କ ନେତୃତ୍ବରେ ପୁଲିସ ସୁରକ୍ଷାକୁ କଡାକଡି କରିବା ସହ ସ୍ଥାନୀୟ ତହସିଲଦାର ଚାଷୀଙ୍କୁ ବୁଝାସୁଝା କରିଥିଲେ। ତେବେ ବହୁ ବୁଝାସୁଝା ପରେ ଚାଷୀ ରାସ୍ତାରୁ ହଟିବା ସହ ସମୟ ସୀମା ଧାର୍ଯ୍ୟ କରିଥିଲେ।

ଏହି ଖବର ପଢ଼ନ୍ତୁ: ୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ