ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଧୀରେଧୀରେ ଶାନ୍ତି ଫେରୁଥିବା ବେଳେ ସୁରକ୍ଷା ବାହିନୀର ଯବାନ ଏବେ ସମସ୍ତ ନକ୍ସଲ ପ୍ରବଣ ଅଂଚଳରେ କ୍ୟାମ୍ପ ସ୍ଥାପିତ କରି ନକ୍ସଲଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ନକ୍ସଲଙ୍କ ପିଏଲଜିଏ ପ୍ଲାଟୁନ ନମ୍ବର-୧ର ଦବଦବା ରହିଥିବା କୋରାଗୁଡା ଅଂଚଳରେ ନୂତା ସିଆରପିଏଫ ଏବଂ କୋବ୍ରା କ୍ୟାମ୍ପ ସ୍ଥାପିତ ହେବା ପରେ ଏହି ଅଂଚଳରେ ଖୁସିର ଲହରି ଖେଳିଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ଆତ୍ମସମର୍ପଣ କଲା ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ

୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବା ନେଇ ଯେଉଁ ପ୍ରସ୍ତୁତି ଚାଲିଛି ତାହା ସଫଳ ହେବା ଦେଖାଗଲାଣି। କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଦୀର୍ଘ ୨୫ ବର୍ଷ ପରେ ବିଜାପୁର-ତରେମ-କୋଣ୍ଡାପାଲ୍ଲୀ ଏବଂ ପାମେଡ ମଧ୍ୟରେ ରାସ୍ତା ଫିଟିଛି। ପାମେଡ ଠାରୁ ବିଜାପୁରକୁ ରାସ୍ତା ମାତ୍ର ୧୦୦ କିଲୋମିଟର। କିନ୍ତୁ ନକ୍ସଲ ଏହି ଅଂଚଳକୁ ଅକ୍ତିଆର କରିବା ସହ ଏହି ରାସ୍ତାରେ ଯାଉଥିବା ଲୋକଙ୍କୁ ହଇରାଣ କରୁଥିବାରୁ ଲୋକେ ଏହି ରାସ୍ତାରେ ଆଉ ଯିବା ଛାଡି ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ଉତ୍ସାହ, ଗୋଟିଏ ଦିନରେ ନିବେଶକଙ୍କ ଲାଭ ୬ ଲକ୍ଷ କୋଟି

ପାମେଡ ଅଂଚଳର ଲୋକେ ତେଲେଙ୍ଗାନା ରାଜ୍ୟର ଚେରଲା ଦେଇ ପ୍ରାୟ ୨୧୦ କିଲୋମିଟର ବାଟ ଦେଇ ବିଜାପୁର ଯାଉଥିଲେ। ଏବେ କିନ୍ତୁ ସବୁ ଠିକ୍ ହେବା ପରେ ୧୧୦ କିଲୋମିଟର ବାଟ କମିଥିବା ଲୋକେ କହିଛନ୍ତି। ଏବେ ଏହି ଅଂଚଳରେ ବିକାଶ କାର୍ଯ୍ୟ ତରାନ୍ବିତ ହେବା ସହ ଲୋକଙ୍କୁ ନକ୍ସଲ କବଳରୁ ରକ୍ଷା କରାଯିବ ବୋଲି ପୁଲିସ କହିଛି।

ଏହି ଖବର ପଢ଼ନ୍ତୁ: ୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁଙ୍କ ନାଁ: ପାଇବେ ଖେଳ ରତ୍ନ

ନକ୍ସଲ ପ୍ରବଣ ଅଂଚଳରେ ଗୋଟିଏ ପରେ ଗୋଟିଏ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେଣି। ନୂଆ ବର୍ଷରେ ହିଁ ନକ୍ସଲଙ୍କୁ ଦମନ ନେଇ ସରକାର ଏବଂ ପୁଲିସ ବ୍ଲୁ ପ୍ରିଣ୍ଟ ଏକ ପ୍ରକାର ପ୍ରସ୍ତୁତ କରିସାରିଲେଣି।

ଏହି ଖବର ପଢ଼ନ୍ତୁ: ଚାକିରି ପାଇବାର ଗୋଟିଏ ଦିନ ପରେ ଅବସର