ମାଲକାନଗିରି: ନୂଆବର୍ଷ ଆରମ୍ଭରେ ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଜଣେ ୩ ଲକ୍ଷ ପୁରସ୍କାର ଘୋଷିତ ଡେପୁଟି କମାଣ୍ଡର ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ହେଲା ଡେପୁଟି କମାଣ୍ଡର ହୁର୍ରା ସୋଡ଼ି(୨୬) ।

Advertisment

ଲଗାତାର ସରକାର ଏବଂ ପୁଲିସ ଗାଁଗାଁରେ ନକ୍ସଲଙ୍କ ସହ ସଂପର୍କ ରଖିବା ସହ ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ସଂପର୍କରେ ସୂଚନା ଦେବା ସହ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରୟାସ କରାଯାଉଛି। ଯାହାର ଫଳସ୍ବରୂପ ବହୁ ନକ୍ସଲ ଆତ୍ମସମର୍ପଣ କରିବା ପାଇଁ ଆଗେଇ ଆସୁଥିବା ପୁଲିସ କହିଛି। ନକ୍ସଲ ସଂଗଠନରେ ଅମନବିକ ହତ୍ୟାକାଣ୍ଡ, ହିଂସା, ଭେଦଭାବ ତଥା ନିର୍ଯାତନା ବଢୁଥିବାରୁ ବହୁ ଯୁବକ ଜଂଗଲରେ ବୁଲି ବୁଲି କୌଣସି ଲକ୍ଷ୍ୟ ହାସଲ କରିପାରୁନଥିବାରୁ ଶେଷରେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚିନ୍ତା କରି ଦଳ ଛାଡୁଛନ୍ତି। ସେଥିମଧ୍ୟରୁ ପ୍ଲାଟୁନ ନମ୍ବର ୧୨ର ଡେପୁଟି କମାଣ୍ଡର ହୁର୍ରା ସୋଡି(୨୬) ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଛି।

ଏହି ଖବର ପଢ଼ନ୍ତୁ: ପାଠ ପଢ଼ିବ ତ ପାହାଡ ଚଢ଼!

ନକ୍ସଲ ସଂଗଠନରେ ଅମନବିକ ହତ୍ୟାକାଣ୍ଡ, ହିଂସା, ଭେଦଭାବ ତଥା ନିର୍ଯାତନା ବଢୁଥିବାରୁ ବହୁ ଯୁବକ ଜଂଗଲରେ ବୁଲି ବୁଲି କୌଣସି ଲକ୍ଷ୍ୟ ହାସଲ କରିପାରୁନଥିବାରୁ ଶେଷରେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଚିନ୍ତା କରି ଦଳ ଛାଡୁଛନ୍ତି।

ଏହି ଖବର ପଢ଼ନ୍ତୁ: ଫୋନ ସଜାଡିବାକୁ ବିନୋଦଙ୍କ ପାଖରେ ନାହିଁ ଟଙ୍କା, ବିକ୍ରି ହୋଇପାରେ ଘର

ହୁର୍ରା ନାମରେ ସରକାର ୩ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଘରକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ଏମାନେ ମୁଖ୍ୟସ୍ରୋତରେ ସାମିଲ ହେଉଥିବା କୁହାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ୨୫ ହଜାର ଟଂକା ପ୍ରଦାନ କରାଯିବା ସହ ମାସିକ ୧୦ ହଜାର, ମାଗଣା ଖାଦ୍ୟ ପ୍ରଦାନ, ୩ ବର୍ଷ ପର୍ଯ୍ୟନ୍ତ ଘର ପ୍ରଦାନ, ଧନ୍ଦାମୂଳକ ତାଲିମ ପ୍ରଦାନ, ଚାଷଜମି ଇତ୍ୟାଦି ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ୨୦୯ ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ମୋଟ ୮୮୯ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି।