ବଣ୍ଡାଘାଟିରେ ଜନନୀ ଯନ୍ତ୍ରଣା: ୧୦ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ

Advertisment

ଗାଁକୁ ରାସ୍ତା ନଥିବାରୁ ୧୦ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ ମହିଳା। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଖଇରପୁଟ ବ୍ଲକ ବଣ୍ଡାଘାଟିରେ। ଆମ୍ବୁଲାନ୍ସ ଯିବାକୁ ଅମଙ୍ଗ ହେବାରୁ ବାଧ୍ୟ ହୋଇ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଭାରରେ ଗଲେ ଗର୍ଭବତୀ।

ଗାଁକୁ ରାସ୍ତା ନଥିବାରୁ ୧୦ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ ମହିଳା। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଖଇରପୁଟ ବ୍ଲକ ବଣ୍ଡାଘାଟିରେ। ଆମ୍ବୁଲାନ୍ସ ଯିବାକୁ ଅମଙ୍ଗ ହେବାରୁ ବାଧ୍ୟ ହୋଇ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଭାରରେ ଗଲେ ଗର୍ଭବତୀ।

New Project (4)

ମାଲକାନଗିରି:  ବର୍ଷା ଦିନେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଦୁର୍ଦଶା ବଢିଯାଏ। ଗାଁକୁ ରାସ୍ତା ନଥିବା ବେଳେ ଲୋକେ ବହୁ କଷ୍ଟ ସ୍ବୀକାର କରିଥାନ୍ତି। ଏଥିସହ ଲଗାଣ ବର୍ଷା ବଣ୍ଡାଘାଟିରେ ଲାଗି ରହୁଥିବାରୁ ଲୋକଙ୍କ ଘରୁ ପାଣି ଝରିଥାଏ। ବର୍ଷାର ଦୁଇ ତିନି ମାସ କାଳ ଲୋକେ ବହୁ କଷ୍ଟ ପାଇଥାନ୍ତି। ତେବେ ଆଜି ଏକ ସଦ୍ୟ ଘଟଣାକ୍ରମରେ ଗାଁକୁ ରାସ୍ତା ନଥିବାରୁ ୧୦ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ ମହିଳା। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଖଇରପୁଟ ବ୍ଲକ ବଣ୍ଡାଘାଟିରେ।

ବଣ୍ଡାଘାଟିର ଭୋଜଗୁଡା ଗ୍ରାମର ରଞ୍ଜଙ୍କ ଭୋଜଙ୍କ ସ୍ତ୍ରୀ ସୁନାଇ ଭୋଜ ଗର୍ଭ ଯନ୍ତ୍ରଣା ଛଟପଟ ହୋଇଥିଲେ। ସ୍ଥାନୀୟ ଅଂଚଳର ଆଶାକର୍ମୀ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗାଁକୁ ଯିବା ପାଇଁ ରାସ୍ତା ନଥିବା ବେଳେ କାଦୁଅ ପଚ ପଚ ରାସ୍ତାରେ ଆମ୍ବୁଲାନ୍ସ ଯିବାକୁ ଅମଙ୍ଗ ହୋଇଥିଲା। ବାଧ୍ୟ ହୋଇ ୧୦ କିଲୋମିଟର ଦୂରରେ ଥିବା ତୁସେଇପଡା ଗାଁ ମୁଣ୍ଡରେ ଆମ୍ବୁଲାନ୍ସଟି ଅଟକି ରହିଥିଲା। ବାଧ୍ୟ ହୋଇ ପରିବାର ଲୋକେ  ଓ ଆଶା ଦିଦିଙ୍କ ସହଯୋଗରେ ଦୀର୍ଘ ୧୦ କିଲୋମିଟର ବାଟ ଭାରରେ ବୋହି ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସୁନାଇ। ବର୍ତ୍ତମାନ ମା‘ ଓ ପୁଅ ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି। ବର୍ଷା ଦିନେ ଜନନୀ ଯନ୍ତ୍ରଣା ବଢିଯାଇଥାଏ। ଗାଁ ଗାଁକୁ ରାସ୍ତା ନିର୍ମାଣ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଜିଲ୍ଲାର ଅବସ୍ଥା କିନ୍ତୁ ଶୋଚନୀୟ ହୋଇଯାଇଛି। ବର୍ଷା ଦିନେ ଜିଲ୍ଲା ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଦୁର୍ଗମ ଗାଁର ଅବସ୍ଥା ନକହିବା ଭଲ। ପ୍ରଶାସନ ଏନେଇ ଅବଗତ ରହିଥିଲେ ମଧ୍ୟ ଆଗାମୀ ଦିନରେ ସୁଧାର ଅଣାଯିବ ବୋଲି କେବଳ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe