ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ପେଟ୍ରୋଲ ଓ ଡିଜେଲ ନମିଳିବା ଏବଂ ତେଲ ଦର ବଢିବା ନେଇ ଗୁଜବ ପରେ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ଶହ ଶହ ଗ୍ରାହକ ଭିଡ ଜମାଇଛନ୍ତି। ମାଲକାନଗିରିରେ ଗତକାଲି ରାତି ଠାରୁ ଏଭଳି ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ତେଲ ଦର ବଢିବା ଏବଂ ଆଗକୁ ନମିଳିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ଯାହାର ପରିଣାମ ଲୋକେ ଭୋଗୁଛନ୍ତି।
ନିଜର ଗାଡିରେ ତେଲ ପକାଇବା ପେଟ୍ରୋଲ ପମ୍ପରେ ଜଣେ ଜଣେ ଏକ ଘଣ୍ଟାରୁ ଦୁଇ ଘଣ୍ଟା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଲୋକେ ନିଜର ଗାଡିରେ ତେଲ ଫୁଲ କରି ରଖିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପେଟ୍ରୋଲ ପମ୍ପ ମାଲିକଙ୍କ କହିବା ଅନୁଯାୟୀ ତେଲର କୌଣସି ଅଭାବ ନାହିଁ।
ଅନ୍ୟଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଣ ଅଧିକାରୀ ଲଙ୍ଗରାଜ ବେହେରା ମଧ୍ୟ ଗ୍ରାହକମାନଙ୍କୁ ଭୟ ଓ ଆତଙ୍କିତ ନହେବାକୁ କହିଛନ୍ତି। ସମସ୍ତ ପେଟ୍ରୋଲ ପମ୍ପରେ ତେଲ ରହିଛି। କିନ୍ତୁ କୌଣସି ପେଟ୍ରୋଲ ପମ୍ପ ତେଲ ବୋତଲ କିମ୍ବା ଜାରକିନରେ ଦେବେ ନାହିଁ ବୋଲି ସଫା ସଫା ନିର୍ଦେଶ ଦେଇଛନ୍ତି। କାରଣ ତେଲ ନେଇ ଦଲାଲମାନେ ନିଜ ଘରେ ଗଚ୍ଛିତ ରଖିବା ସହ ଗ୍ରାହକମାନଙ୍କୁ ଅଧିକା ଦାମରେ ତେଲ ବିକ୍ରି କରିବେ।
ଆହୁରି ପଢ଼ନ୍ତୁ: S. Jaishankar: ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର: ଇରାନ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଥିଲା
ତେବେ ଆଜି ଠାରୁ ଗ୍ୟାସ ଦର ବଢିଛି। ଘରୋଇ ଗ୍ୟାସକୁ ୬୦ ଟଂକା ବୃଦ୍ଧି ହୋଇଥିବା ବେଳେ କମରସିଆଲ ଟାଙ୍କିରେ ୧୧୫ ଟଂକା ବଢିଛି। ଆଦି ଦିନ ତମାମ ଜିଲ୍ଲାର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଲୋକଙ୍କୁ ପ୍ରଶାସନ ଯେତେ ବୁଝାଇଲେ ମଧ୍ୟ ଲୋକେ ବୁଝୁନଥିବା ଜଣାପଡିଛି। ତେବେ ଲୋକଙ୍କୁ କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ମଧ୍ୟ ପ୍ରଶାସନ ଅନୁରୋଧ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/07/malkangiri-2026-03-07-18-57-52.jpg)