ସହିଦ ରମେଶ ଚନ୍ଦ୍ର ହାଲୱାଙ୍କୁ ଶ୍ରଦ୍ଧାଞ୍ଜଳି

ମାଲକାନଗିରି ସଦର ମହକୁମାର ଜଣେ ବୀର ଯବାନ ସହିଦ ରମେଶ ଚନ୍ଦ୍ର ହାଲୱାଙ୍କ ଆଜି ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ସିଆରପିଏଫ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Mkg Sahed ku sradhanjali (2)

ମାଲକାନଗିରି: ମାଲକାନଗିରି ସଦର ମହକୁମାର ଜଣେ ବୀର ଯବାନ ସହିଦ ରମେଶ ଚନ୍ଦ୍ର ହାଲୱାଙ୍କ ଆଜି ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ସିଆରପିଏଫ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଆଜି ମଧ୍ୟ ସରକାରୀ ହାଇସ୍କୁଲରେ ରହିଥିବା ତାଂକ ପ୍ରତିମୂର୍ତ୍ତି ନିକଟରେ ସହିଦ ରମେଶଙ୍କ ପରିବାର ସମେତ ଜନସାଧାରଣ ଏବଂ ସିଆରପିଏଫ ଯବାନ ଉପସ୍ଥିତ ଥିଲେ। 

ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା। ସହିଦଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପ୍ରତିବର୍ଷ ସିଆରପିଏଫ ତରଫରୁ ଶ୍ରାଦ୍ଧ ଦିବସ ପାଳନ କରାଯାଇଥାଏ।

ପ୍ରକାଶ ଥାଉକି ଗତ ୨୦୦୯ ମସିହାରେ ଜମ୍ମୁ ଓ କାଶ୍ମୀର ଠାରେ ରମେଶ ଆତଙ୍କବାଦୀଙ୍କ ଶିକାର ହୋଇଥିଲେ। ଦେଶ ପାଇଁ ସେ ଜୀବନ ଦେଇଥିବାରୁ ତାଂକର ସ୍ମୃତିରେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ସିଆରପିଏଫ ତରଫରୁ ସହିଦ ରମେଶଙ୍କ ମାତାଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ସହିଦ ରମେଶଙ୍କ ସମସ୍ତ ପରିବାର ଏକତ୍ର ହୋଇଥିଲେ। ଆଜି ବି ମାଲକାନଗିରିରେ ସହିଦ ରମେଶ ହାଲଵାଙ୍କ ନାମରେ ଏକ ମାର୍ଗ ରହିଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe