Security Force Operation: ନକ୍ସଲଙ୍କ ୨ଟି ସହିଦ ସ୍ମାରକୀ ଧ୍ବସଂ କଲେ ଯବାନ

Advertisment

ନକ୍ସଲ ସଂଗଠନ ଏବେ ଦୁର୍ବଳ ହେବା ସହ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଉଛି। ଦୁର୍ଗମ ଅଂଚଳରେ ବିଏସ୍‌ଏଫ, ସିଆରପିଏଫ୍‌, ଡିଆରଜି, କୋବ୍ରା ବାଟାଲିୟନର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲ ବେକଫୁଟକୁ ଚାଲିଯାଇଛନ୍ତି।

ନକ୍ସଲ ସଂଗଠନ ଏବେ ଦୁର୍ବଳ ହେବା ସହ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଉଛି। ଦୁର୍ଗମ ଅଂଚଳରେ ବିଏସ୍‌ଏଫ, ସିଆରପିଏଫ୍‌, ଡିଆରଜି, କୋବ୍ରା ବାଟାଲିୟନର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲ ବେକଫୁଟକୁ ଚାଲିଯାଇଛନ୍ତି।

Untitled-13.jpg

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ସଂଗଠନ ଏବେ ଦୁର୍ବଳ ହେବା ସହ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଉଛି। ଦୁର୍ଗମ ଅଂଚଳରେ ବିଏସ୍‌ଏଫ, ସିଆରପିଏଫ୍‌, ଡିଆରଜି, କୋବ୍ରା ବାଟାଲିୟନର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲ ବେକଫୁଟକୁ ଚାଲିଯାଇଛନ୍ତି। ଛତିଶଗଡ଼ର ସୀମାନ୍ତ ସୁକମା ଏବଂ ବିଜାପୁର ଜିଲ୍ଲାରେ ନକ୍ସଲ ସର୍ଚ୍ଚ ଅପରେସନ ବେଳେ ଦୁଇଟି  ସ୍ଥାନରେ ନକ୍ସଲଙ୍କ ସ୍ମାରକୀକୁ ଧ୍ବଂସ କରିଛନ୍ତି।

ସୁକମାର ଚନ୍ଦାମେଟା ଅଂଚଳକୁ ଯବାନ ଅପରେସନ କରିବାକୁ ଯାଉଥିବା ବେଳେ କେନ୍ଦ୍ରୀୟ କମିଟି ସଦସ୍ୟ ରାମନ୍ନାଙ୍କ ବିରାଟ ସହିଦସ୍ତମ୍ଭ ଦେଖିବାକୁ ପାଇଥିଲେ। ତୁରନ୍ତ ବୋମା ଲଗାଇ ସେହି ସହିଦସ୍ତମ୍ଭକୁ ଧ୍ବଂସ କରିଥିଲେ ମଧ୍ୟ ଏହା କେବଳ ତଳ ଅଂଶ ହିଁ ଭୁଷୁଡି ପଡିଥିଲା। ପରେ ଶାବଳ ଏବଂ ଅନ୍ୟ ଲୁହା ଛଡ ସହ ସହିଦସ୍ତମ୍ଭକୁ ଭଙ୍ଗା ଯାଇଥିଲା।

ତେବେ ନକ୍ସଲ ମୂଳପୋଛ କରାଯାଉଥିବା ବେଳେ ସେମାନଙ୍କର ସ୍ମାରକୀକୁ ମଧ୍ୟ ନଷ୍ଟ କରାଯାଉଥିବା ଯବାନ କହିଛନ୍ତି। ନକ୍ସଲ ପ୍ରବଣ ଅଂଚଳରେ ରାସ୍ତା,ପାଣି,ନେଟଵର୍କ,ସ୍ବାସ୍ଥ୍ୟ ସେବା ଓ ଶିକ୍ଷାର କିପରି ବିକାଶ ହେବ ସେନେଇ ସରାକର ପ୍ରୟାସ ଆରମ୍ଭ କରିଥିଲା। କହିଛନ୍ତି। ନକ୍ସଲ ପ୍ରବଣ ଅଂଚଳରେ ଗଦା ଗଦା ସ୍ମାରକୀ ରହିଥିବାରୁ ତୁରନ୍ତ ଏସବୁକୁ ଧ୍ବଂସ କରିବାକୁ ଗ୍ରାମବାସୀଙ୍କୁ ସହଯୋଗ କରିବାକୁ କୁହାଯାିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe