ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ସୁରକ୍ଷାକର୍ମୀ ଜଂଗଲରୁ ମାଓ ଡମ୍ପ ଉଦ୍ଧାର କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ସିଆରପିଏଫ ଯବାନ ଜିଲ୍ଲାର ଉରସାଙ୍ଗଲ ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନ ସର୍ଚ୍ଚ ଅପରେସନ ବେଳେ ଜଂଗଲରେ ଏକ ମାଓ ଡମ୍ପକୁ ଉଦ୍ଧାର କରିଥିଲେ। ଏଥିରେ ବୋଲ୍ଡ ଆକ୍ସନ ରାଇଫଲ, ଭରମାର ବନ୍ଧୁକ, ୧୨ ବୋର ସିଙ୍ଗଲ ରାଇଫଲ, ଏସଏଲଆର ରାଇଫଲ ଗୁଳି, ଇନସାସ ରାଇଫଲ ଗୁଳି, ୩୦୩ ରାଇଫଲ ଗୁଳି, ମାଗାଜିନ ଜବତ କରାଯାଇଛି। 

Advertisment

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା କୁହାଯାଇଛି। ତେବେ ଏକ ବଡ ଅଘଟଣକୁ ଯବାନ ଏଡାଇ ଦେଇଥିବା କୁହାଯାଇଛି। ଏବେ ନକ୍ସଲ ଆଉ ହିଂସା ଘଟାଇବା ମୁସକିଲ ହୋଇପଡିଛି। ଯବାନଙ୍କ ଘନଘନ ଅପରେସନରେ ନକ୍ସଲ ଲୁଚିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏବେ କେବଳ ଆତ୍ମସମର୍ପଣ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Welcome New Year 2026: ନ୍ୟୁଜିଲ୍ୟାଣ୍ଡ୍‌ ଦେଖିଲା ନୂଆବର୍ଷର ପ୍ରଥମ ସକାଳ, ଭାରତରେ ଆଉ କିଛି ଘଣ୍ଟାର ଅପେକ୍ଷା....

ଭୁଶୁଡୁଛି ମାଓଦୁର୍ଗ

ଛତିଶଗଡ ଏବଂ ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାରେ ଗତ ୨୫ ତାରିଖରେ ଜଙ୍ଗଲରୁ ମାଓ ଡମ୍ପ୍‌କୁ ଉଦ୍ଧାର କରାଯାଇଥିଲା। ସୁକମା ଅଞ୍ଚଳରେ ଧୀରେଧୀରେ ନକ୍ସଲଙ୍କ ପତିଆରା କମୁଥିବାରୁ ଲୋକେ ନକ୍ସଲଙ୍କ ଦ୍ବାରା ଲୁଚାଯାଇଥିବା ସମସ୍ତ ଡମ୍ପ୍‌କୁ ପୁଲିସକୁ ସୂଚନା ଦେଇ ଜବତ କରିଥିଲେ। ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିଲା ଯେ, ପିନାଚାନ୍ଦା ଏବଂ ବୋଟେତଙ୍ଗ ମଧ୍ୟରେ ଥିବା ଜଙ୍ଗଲରେ ନକ୍ସଲ ଡମ୍ପ୍ କରି ବହୁ  ବିସ୍ଫୋରକ ରଖିଛନ୍ତି। ଖବର ପାଇ ତୁରନ୍ତ ଜିଲ୍ଲା ପୁଲିସ ସମେତ କୋବ୍ରା ଯବାନ ସେହି ଅଞ୍ଚଳକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ବୋଟେତଙ୍ଗ ଜଙ୍ଗଲରେ ସର୍ଚ୍ଚ ଅପରେସନ କରି ମାଓ ଡମ୍ପ୍‌ ଜବତ କରିଥିଲେ। ମାଓ ଡମ୍ପ୍‌ରୁ ବିସ୍ଫୋରକ,ବିଦ୍ୟୁତ ତାର,୪୦ଟି ସ୍ପାଇକ ରଡ,ଷ୍ଟିଲ ରଡ,୩ କିଲୋର ଦୁଇଟି ଟିଫିନ ବୋମା, ବନ୍ଧୁକ ତିଆରି ସାମଗ୍ରୀ, ବିଜିଏଲ, ଜିଲୋଟିନ, ଏୟାର ଗନ ଭଳି ବହୁ ସାମଗ୍ରୀ ଉଦ୍ଧାର କରାଯାଇଛି। 

ଆହୁରି ପଢ଼ନ୍ତୁ: Neglected: ରାଜରାସ୍ତାରେ ମାନସିକ ବିକୃତ ଅସହାୟ ବୃଦ୍ଧା, ପ୍ରଶାସନ ନିରବଦ୍ରଷ୍ଟା