Maoists Surrender: ଆତ୍ମସମର୍ପଣ ପାଇଁ ଉଦନ୍ତି ଏରିଆ କମିଟିର ୭ ମାଓବାଦୀଙ୍କ ପ୍ରସ୍ତୁତି

ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଆତ୍ମସମର୍ପଣ ପ୍ରକ୍ରିୟା ଜାରି ରହିଛି। ଜଣକ ପରେ ଜଣେ ଏହି ମୁଖ୍ୟସ୍ରୋତରେ ସାମିଲ ପାଇଁ ଜଂଗଲରୁ ସହର ମୁହାଁ ହେଉଛନ୍ତି। ଆଜି ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନିଲର ନେତୃତ୍ବରେ ୭ ଜଣ ନକ୍ସଲ ହତିଆର ସହ ଗରିଆବନ୍ଦ ପୁଲିସ ନିକଟରେ ପହଞ୍ଚୁଛନ୍ତି।

Mkg 7 naxal surrender

Seven maoists will be surrender before police. Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଆତ୍ମସମର୍ପଣ ପ୍ରକ୍ରିୟା ଜାରି ରହିଛି। ଜଣକ ପରେ ଜଣେ ଏହି ମୁଖ୍ୟସ୍ରୋତରେ ସାମିଲ ପାଇଁ ଜଂଗଲରୁ ସହର ମୁହାଁ ହେଉଛନ୍ତି। ଆଜି ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନିଲର ନେତୃତ୍ବରେ ୭ ଜଣ ନକ୍ସଲ ହତିଆର ସହ ଗରିଆବନ୍ଦ ପୁଲିସ ନିକଟରେ ପହଞ୍ଚୁଛନ୍ତି। ଜଣେ ସାମ୍ବାଦିକଙ୍କ ସହଯୋଗରେ ଏହି ନକ୍ସଲମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଆସୁଛନ୍ତି।

ନକ୍ସଲ ଦଳରେ ୩ ଜଣ ମହିଳା

ଜଂଗଲରୁ ଚାଲି ଚାଲି ଗରିଆବନ୍ଦ ଜିଲ୍ଲା ପୁଲିସ ନିକଟରେ ପହଞ୍ଚିବେ। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ରହିଛନ୍ତି। ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନୀଲ ଗତ ଶାନ୍ତିବାର୍ତ୍ତାକୁ ନେଇ ନିଜ ମତ ରଖିଥିଲେ। ସେ ଏହି ଶାନ୍ତିବାର୍ତ୍ତାରେ ରାଜି ଥିବା କହିଥିଲେ। ସଂଗଠନର ସିସି ମେମ୍ବରମାନେ ସଂଗଠନ ଛାଡୁଥିବାରୁ ତାଂକୁ ଆମେ ଅନୁକରଣ କରୁଥିବା କହିଛନ୍ତି। ଏଭଳି ଯଦି ଲଗାତାର ନକ୍ସଲ ଯଦି ସଂଗଠନ ଛାଡିବେ ଆଉ ବେଶି ଦିନ ନୁହେଁ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହେବ।

ଆହୁରି ପଢ଼ନ୍ତୁ: Nitin Gadkari In Bhubaneswar: ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ଆତ୍ମସମର୍ପଣ ଅଭିମୁଖେ ସଶସ୍ତ୍ର ମାଓବାଦୀ

କେନ୍ଦ୍ର ସରକାର ଦେଇଥିବା ଟାର୍ଗେଟକୁ ଅତି ସହଜରେ ପୁଲିସ ହାସଲ କରିବ ବୋଲି ମଧ୍ୟ କହିଛି। ଗଡଚିରୋଲି ଏବଂ ବସ୍ତରରେ ଲଗାତାର ୪୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପରେ ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଛି। ଏତେ ସଂଖ୍ୟକ ନକ୍ସଲଙ୍କ ଆତ୍ମସମର୍ପଣ ସମସ୍ତଙ୍କୁ ଚକିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରେରଣା ଦେଇଛି। ଜଂଗଲରୁ ଆସୁଥିବା ୭ ଜଣ ନକ୍ସଲ ନିଜ ହାତରେ ଇନସାସ ଓ ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ନେଇ ଆସୁଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: Jaipur Vegetable Seller: ରାତାରାତି କୋଟିପତି ହେଲେ ପରିବା ବିକ୍ରେତା

ଆଗକୁ ଆହୁରି ମାଓବାଦୀ କରିବେ ଆତ୍ମସମର୍ପଣ

ଅନ୍ୟଦିଗରେ ତେଲେଙ୍ଗାନା ଏରିଆ କମିଟି ମଧ୍ୟ ଶାନ୍ତିବାର୍ତ୍ତାକୁ ନେଇ ପ୍ରେସ ବିଜ୍ଞପ୍ତିରେ ରାଜିନାମା ଦେଇଛି। କିନ୍ତୁ ଗତକାଲି ପୂର୍ବ ଆଞ୍ଚଳିକ ବ୍ୟୁରୋ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଆତ୍ମସମର୍ପଣ ନକ୍ସଲଙ୍କୁ କାପୁରୁଷ କହିବା ସହ ଲଢେଇ ଜାରି ରହିବ ବୋଲି କୁହାଯାଇଛି। ତେବେ ଏଭଳି ଦୁଇ ଗୋଷ୍ଠୀ ହେବା ଏବଂ ସଂଗଠନରେ କିଏ କାହାକୁ ନମାନିବା ଅନ୍ୟ ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ପୁଲିସ କହିଛି। ଆଗକୁ ଆହୁରି ଅନେକ ନକ୍ସଲ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି।

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe