ମାଲକାନଗିରି :  ବସ ଜାଳିଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୋଲିସ ୩ ମହିଳା ସମେତ ୭ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଜିଲ୍ଲା ପୋଲିସ ଏବଂ ସିଆରପିଏଫ ଯବାନ ଚିନ୍ତାଗୁମ୍ଫା,ଚିନ୍ତଲନାର ଏବଂ ପୋଲମପାଲୀ ଥାନା ଅଂଚଳରୁ ଏହି ୭ ଜଣ ନକ୍ସଲକୁ ଗିରଫ କରିଛି। ସେମାନେ ହେଲେ ଜନମିଲିସିଆ ସଦସ୍ୟ ବାଞ୍ଜାମି ଆୟତା(୩୦),ବାଞ୍ଜାମି ହାନ୍ଦା(୨୨),ରାବା ରାମା(୨୨),ଡିକେଏମଏସ ସଦସ୍ୟ ପଡିଆମି ସୋମଡା(୪୦),ମିଲିସିଆ ସଦସ୍ୟା କାବାସି ହାଡମେ(୨୬),ମଡକମ ମାସେ(୨୫) ଓ ପଡିଆମେ ଭୀମେ(୨୬)।ଏହି ନକ୍ସଲମାନେ ବୋମା ବିସ୍ଫୋରଣ କରିବା,ପୋଲିସ ଉପରକୁ ଗୁଳି ଚଳାଇବା, ରାସ୍ତା ଖୋଳିବା,ଗାଡିରେ ନିଆଁ ଲଗାଇବା ଭଳି ହିଂସାରେ ସାମିଲ ଥିବା ପୋଲିସ କହିଛି। ଗିରଫ ପରେ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି। ନୂଆ ବର୍ଷରେ ସୁକମା ପୋଲିସ ଏବେ ସୁଦ୍ଧା ୨୦ରୁ ଊର୍ଧର୍୍ୱ ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe