ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ୍ ଏବେ ପୁଲିସ ହାତରେ

Advertisment
ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ୍ ଏବେ ପୁଲିସ ହାତରେ

ମାଲକାନଗିରି: ମାଓବାଦୀ ବ୍ୟବହାର କରୁଥିଲେ ହାଇଟେକ୍ ସ୍ନାଇଫର ଜ୍ୟାକେଟ। ସ୍ନାଇଫର ଜ୍ୟାକେଟ ପିନ୍ଧି ପୁଲିସକୁ ଚକମା ଦେଉଥିଲେ ଲାଲବାହିନୀ। ତେବେ ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ୍ ଏବେ ପୁଲିସ ହାତରେ। କୁମ୍ବିଂ ବେଳେ ଯବାନଙ୍କୁ ମିଳିଛି ବଡ଼ ସଫଳତା।

ଛତିଶଗଡ଼ ସୁକୁମା ଜିଲ୍ଲାର କଂଗାଲତୋଙ୍ଗ ଜଙ୍ଗଲରେ ଡିଆରଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଆଉ ଯବାନଙ୍କୁ ଭାରୀ ପଡ଼ିବା ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଥିଲେ। ତେବେ ଘଟଣାସ୍ଥଳରେ ସର୍ଚ ଅପରେସନ ବେଳେ ମାଟି ତଳୁ ମାଓବାଦୀଙ୍କ ଡମ୍ପ ଠବ କରିଥିଲେ ଯବାନ। ଡମ୍ପକୁ ତନ୍ନତନ୍ନ କରି ଯାଞ୍ଚ କଲା ବେଳେ ସେଥିରୁ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ୟ, ଗୁଳିଗୋଳା ଓ ମାଓ ସାମଗ୍ରୀ ସମେତ ୩ଟି ସ୍ନାଇଫର ଜ୍ୟାକେଟକୁ ଠାବ କରିଛନ୍ତି ଯବାନ। ଘଞ୍ଚ ଜଙ୍ଗଲରେ ଯବାନମାନଙ୍କୁ ଚକମା ଦେଇ ସୁରକ୍ଷାକର୍ମୀଙ୍କ ଉପରେ ପ୍ରାଣଘାତି ଆକ୍ରମଣ କରିବା ଲାଗି ଏପରି ହାଇଟେକ୍ ସ୍ନାଇଫର ଜ୍ୟାକେଟ ପ୍ରସ୍ତୁତ କରି ଥିଲେ ଲାଲବାହିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe