ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ବଣ୍ଡାଘାଟିରେ ଷ୍ଟ୍ରବେରୀ ଚାଷୀ

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ,ପାହାଡ ଘେରା ପର୍ବତ ଶିଖରେ ଅବସ୍ଥିତ ବଣ୍ଡାଘାଟି। ସମୁଦ୍ର ପତନ ଠାରୁ ପ୍ରାୟ ପାଞ୍ଚହଜାର ଫୁଟରେ ଉଚ୍ଚରେ ଅବସ୍ଥିତ ଏହି ବଣ୍ଡାଘାଟି। ଏଠାରେ ବସବାସ କରନ୍ତି ଭାରତର ଏକ ଅନନ୍ୟ ଆଦିମ ଜନଜାତି "ବଣ୍ଡା"।

Sudbury farmer felicitated.

Sudbury farmer felicitated. Photograph: (Sambad )

ଖଇରପୁଟ: ‘ପଙ୍ଗୁ ଲଂଘୟତି ଗିରୀ‘ ଆଜି ଏହି ଉକ୍ତିକୁ ନିଜର ଅଦମ୍ୟ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଦ୍ଵାରା ପ୍ରମାଣିତ କରିଛନ୍ତି ବଣ୍ଡାଘାଟିର ଲଇଖନ ମୁଦୁଲି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ,ପାହାଡ ଘେରା ପର୍ବତ ଶିଖରେ ଅବସ୍ଥିତ ବଣ୍ଡାଘାଟି। ସମୁଦ୍ର ପତନ ଠାରୁ ପ୍ରାୟ ପାଞ୍ଚହଜାର ଫୁଟରେ ଉଚ୍ଚରେ ଅବସ୍ଥିତ ଏହି ବଣ୍ଡାଘାଟି। ଏଠାରେ ବସବାସ କରନ୍ତି ଭାରତର ଏକ ଅନନ୍ୟ ଆଦିମ ଜନଜାତି "ବଣ୍ଡା"।

ଆଧୁନିକ ଚାକଚକ୍ୟ ଠାରୁ ଦୂରରେ ଥିବା ଏହି ଜନଜାତି ନିଜ ସରଳ ଜୀବନଯାପନ ପାଇଁ ପରିଚିତ। ଏଠାକାର ଲୋକଙ୍କ ପରିଶ୍ରମ ତୁଳନାରେ ପ୍ରାପ୍ୟ ଅତି ନଗଣ୍ୟl କିନ୍ତୁ କିଛି ନୂଆ କରିବା ଅଭିଳାଷ ଆଜି ଲଇଖନ ମୁଦୁଲିଙ୍କୁ ସାରା ଓଡ଼ିଶାରେ ପରିଚିତ କରାଇଛି। ଏଠାକାର ବାସିନ୍ଦା ଷ୍ଟ୍ରବେରୀକୁ ଦେଖିବା ତ ଦୂରର କଥା ଏହାର ନାମ ମଧ୍ୟ ଶୁଣିନଥିଲେ।

ମାଲକାନଗିରି ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ମୁଦୁଲିପଡ଼ା ସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା ଓ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଲଇଖନ ମୁଦୁଲି ନିଜର ୩ ଏକର ଜାଗାରେ ଆଜି ଷ୍ଟ୍ରବେରୀ ଚାଷ କରି ସଫଳ ହୋଇଛନ୍ତି। ଏହି ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ସେଠାରେ କାମ କରି ପ୍ରାୟ ୨୦ ଜଣ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ତାଙ୍କର ଏହି ସଫଳତା ଯୋଗୁଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା କୃଷି ଓଡ଼ିଶା ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଶ୍ରୀ ମୁଦୁଲି ତାଙ୍କର ଏହି ସଫଳତା ପଛରେ ଥିବା ଓଡ଼ିଶା ସରକାର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବଣ୍ଡା ଉନ୍ନୟନ ସଂସ୍ଥା, ଓପିଲିପି,ଲଛିମ ମୁଦୁଲି,ନନ୍ଦ ଶିଶା, ଘେନା ଶିଶା, ବଣ୍ଡା ରେମୋଲେନା କୁଟୁମ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏହି ସଫଳତା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ଏଥିରେ ସଂଦେହ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe