ନାବାଳକ ନିଖୋଜ ନେଇ ଉତ୍ତେଜନା: ନାବାଳକକୁ ବ୍ୟବସାୟୀ ଅପହରଣ କରିଥିବା ଅଭିଯୋଗ

Advertisment
ପୁତୁରାର ତାଳକଟା କାତିରେ ଗଲା ଦାଦାର ଜୀବନ

Odisha Bytes

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୭୨ ଗ୍ରାମରେ ୧୬ ବର୍ଷର ନାବାଳକ ନିଖୋଜ ହୋଇଯାଇଥିବା ନେଇ ଉତ୍ତେଜନା ପରିଲକ୍ଷିତ ହୋଇଛି ।ଏହି ନାବାଳକକୁ ଏମଭି-୭୨ ଗ୍ରାମର ଜଣେ ବ୍ୟବସାୟୀ ଅପହରଣ ପରେ ଗାଏବ କରିଦେଇଥିବା ନେଇ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ପୁଲିସକୁ ମଧ୍ୟ ଅଟକ ରଖିଥିଲେ।

ଏମଭି-୭୨ ଗ୍ରାମର ଜଣେ ୧୬ ବର୍ଷର ନାବାଳକ ଏକ ମୋବାଇଲ ଦୋକାନରେ କାମ କରୁଥିଲା। ସେହି ମୋବାଇଲ ଦୋକାନର ମାଲିକଙ୍କ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ତେବେ ଗତକାଲି ରାତି ହୋଇଯିବାରୁ ସେ ତା ସାଂଗ ନିକଟରେ ଶୋଇପଡ଼ିଲା। କିନ୍ତୁ ରାତି ଅଧରେ ସେ କୁଆଡେ ନିଖୋଜ ହୋଇଯାଇଥିଲା।ପରିବାର ଲୋକେ ଏମଭି-୭୨ ଗ୍ରାମକୁ ଆସି ବ୍ୟବସାୟୀ ହିଁ ପୁଅକୁ ଡାକି ନେଇ ନିସ୍ତୁକ ମାଡ଼ ମାରିବା ପରେ ତାକୁ କେଉଁଆଡ଼େ ଗାଏବ କରିଦେଇଥିବା ନେଇ ଅଭିଯୋଗ କରି ରାସ୍ତା ଅବରୋଧ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଲୋକେ ପୁଲିସକୁ ମଧ୍ୟ ଅଟକ ରଖି ତୁରନ୍ତ ପୁଅକୁ ଆଣିବାକୁ ଦାବି କରିଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଲାଗିରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe