ମାଥିଲି,: ମାଥିଲି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ନିକଟରେ ଚଳନ୍ତା ବାଇକ୍ରୁ ପଡି ୩ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣିପାଲି ଗ୍ରାମର ପୂର୍ଣ୍ଣ ପଟ୍ଟନିଆ(୨୦), ମମତା ଦଳେଇ(୧୮) ଓ ରମ୍ଭା ବାଉଁଶିଆ(୧୮) ଏକ ବାଇକ୍ ଯୋଗେ ନବବର୍ଷ ପାଳନ ପାଇଁ ଗୋବିନ୍ଦପାଲ୍ଲୀରେ ରହୁଥିବା ନିଜ ଦାଦାଙ୍କ ଘରକୁ ଯାଇଥିଲେ। ଭୋଜିଭାତ ସରିବା ପରେ ସମସ୍ତେ ସଂଧ୍ୟାରେ ବାଇକ୍ ଯୋଗେ ନିଜ ଗାଁକୁ ଫେରିବା ସମୟରେ ଚାଲାଣଗୁଡା ନିକଟରେ ଭାରସାମ୍ୟ ହରାଇ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମମତା, ପୂର୍ଣ୍ଣ ଓ ରମ୍ଭା ତଳେ ପଡି ଯାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଯୁବକ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ଲିପନ ଦେବତା ସୂଚନା ଦେଇଛନ୍ତି।
ବାଇକ୍ରୁ ପଡି ୩ଗୁରୁତର
Advertisment
Follow Us