Encounter: ୩ ନକ୍ସଲ ନିହତ; ଜଣେ ଯବାନ ସହିଦ, ଜଣେ ଆହତ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଆହତ ହୋଇଛନ୍ତି।

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଆହତ ହୋଇଛନ୍ତି।

New Project (5).jpg

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ଜଣେ ଯବାନ ଆହତ ହୋଇଛନ୍ତି।

ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ବିଜାପୁର ଜିଲ୍ଲା ପୁଲିସ ସହ ଡିଆରଜି, ସିଆରପିଏଫ ଯବାନ ଚଢ଼ାଉ କରିଥିଲେ। ଆଜି ସକାଳୁ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ଦିନ ଦ୍ବୀପହର ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହେଉଥିଲା। ପରେ ଯବାନ ଜଙ୍ଗଲରେ ସର୍ଚ୍ଚ ଅପେରସନ କରୁଥିବା ବେଳେ ୩ ଜଣ ମାଓବାଦୀଙ୍କ ମୃତ ଦେହ ଜବତ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: Maoists: ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଲେ ୧୫ ମାଓବାଦୀ; ପୁଲିସ ନିକଟରେ କଲେ ଆତ୍ମସମର୍ପଣ

ତେବେ ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ ହେଲେ ଦୀପକ ଚିନ୍ନା ମାଡ଼ବି। ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନ ହେଲେ ଯୋଗା ମାଡ଼ବି। ତୁରନ୍ତ ଆହତ ଯବାନ ଯୋଗାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ମୃତ ନକ୍ସଲଙ୍କ ପରିଚୟ ଚିହ୍ନଟ ଚାଲିଛି। ଯବାନ ଫେରିବା ପରେ ହିଁ ସଠିକ ତଥ୍ୟ ଦିଆଯାଇପାରିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: Maoists Surrender: ମାର୍ଚ୍ଚ ଶେଷ ସୁଦ୍ଧା କନ୍ଧମାଳ ମାଓମୁକ୍ତ ହେବ: ଦକ୍ଷିଣାଞ୍ଚଳ ଆଇଜି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe