ପୁଲିସ କ୍ୟାମ୍ପ ଉପରେ ପୁଣି ନକ୍ସଲ ହମଲା; ୩ ଯବାନ ଆହତ

Advertisment

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି।

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି।

Mkg naxal attack on police camp

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା ପଣିଆ ଜାହିର କରୁଛନ୍ତି।

ଏହି ଖବର ପଢ଼ନ୍ତୁ: ବ୍ୟାପକ ପରିମାଣର ଅସ୍ତ୍ର ତିଆରି କାରଖାନା ଠାବ

ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ସକାଳ ୮ଟେ ବେଳେ ବିଜାପୁର ଜିଲ୍ଲାର ପେମେଡ ଥାନା ଅନ୍ତର୍ଗତ ଜିଡପାଲୀ ଠାରେ ରହିଥିବା ପୁଲିସ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସକାଳୁ ଯବାନ ନିଜର ନିତ୍ୟକର୍ମ ସାରି ସଜବାଜ ହେଉଥିବା ବେଳେ ହଠାତ ଗୁଳି ବର୍ଷଣ ଶୁଣିବା ପରେ ଯବାନ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ପଟରୁ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ କ୍ୟାମ୍ପରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇଛି। ସମସ୍ତ ଆହତ ଯବାନ ସୁରକ୍ଷିତ ଥିବା କୁହାଯାଇଛି।

ନକ୍ସଲମାନଙ୍କୁ ନିପାତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୬ ସୁଦ୍ଧା ନକ୍ସଲମାନଙ୍କୁ ବିନାଶ କରିବା ପାଇଁ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ନକ୍ସଲମାନେ ମଝିରେ ମଝିରେ ବଡ଼ଧରଣର ଅଘଟଣ କରୁଛନ୍ତି।

ଏହି ଖବର ପଢ଼ନ୍ତୁ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଡିଏସ୍‌ କୁଟ୍ଟେ

ନକ୍ସଲ ଏବେ ସୁରକ୍ଷିତ ଠିକଣା ଖୋଜୁଛନ୍ତି। ଯାହାଫଳରେ ନକ୍ସଲ ଯିବା ସମୟରେ ଏଭଳି ଆକ୍ରମଣ କରି ପୁଲିସର ଧ୍ୟାନ ଭାଙ୍ଗିବାକୁ ଚାହୁଁଥିବା ପୁଲିସ କହିଛି। ଏହି ଆକ୍ରମଣରେ କେନ୍ଦ୍ରୀୟ କିମଟି ସଦସ୍ୟ ହିଡମାର ହାତ ରହିଛି। ଏହା ପୂର୍ବରୁ ଗତ ୬ ତାରିଖ ଦିନ କାଂକେର ଜିଲ୍ଲାରେ ପୁଲିସ ଉପରେ ନକ୍ସଲ ଆକ୍ରମଣ କରିଥିଲେ। 

ଏହି ଖବର ପଢ଼ନ୍ତୁ: ତୃତୀୟ ଦିନରେ 'ପୁଷ୍ପା-୨' ଭାଙ୍ଗିଲା ସବୁ ରେକର୍ଡ!

ତେବେ ବୀରତ୍ବର ସହ ଡିଆରଜି ଏବଂ ବିଏସଏଫ ଲଢେଇ କରିଥିଲେ। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବନ୍ଧୁକ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି। ତେବେ ଗତ ତିନି ଦିନ ମଧ୍ୟରେ ଏହା ଥିଲା ଦ୍ବିତୀୟ ହମଲା।

ଏହି ଖବର ପଢ଼ନ୍ତୁ: ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe