ମାଲକାନଗିରିରେ ମହାବଳ!:ଖବରରେ ସତ୍ୟତା ନାହିଁ: ଡିଏଫଓ

Advertisment
ମାଲକାନଗିରିରେ ମହାବଳ!:ଖବରରେ ସତ୍ୟତା ନାହିଁ: ଡିଏଫଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଭାଇରାଲ ହୋଇଥିବା ଗୋଟିଏ ମହାବଳ ବାଘର ଫଟୋକୁ ନେଇ ଚର୍ଚ୍ଚା ସହ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଆଦୌ ସତ୍ୟତା ନଥିବା କହିଛି ବନ ବିଭାଗ। ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଗୋଟିଏ ମହାବଳ ବାଘର ଫଟୋ ଜିଲ୍ଲା ସାରା ଭାଇରାଲ ହୋଇଥିଲା। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଫଟୋ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୪ ନିକଟସ୍ଥ ରାସ୍ତାର ବୋଲି ଜୋରସୋର ପ୍ରଚାର ହୋଇଥିଲା। ଏହି ଅଞ୍ଚଳକୁ ଲାଗି ଘଞ୍ଚ ଜଙ୍ଗଲ ରହିଥିବାରୁ କିଛି ଲୋକ ବିଶ୍ୱାସକୁ ନେଇଥିଲେ। ତେଣୁ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏପରିକି ଦୁର୍ଗମ ତଥା ଜଙ୍ଗଲକୁ ଲାଗି ରହିଥିବା ଗାଁ ଗୁଡିକରେ ଲୋକେ ରାତି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ତେବେ ଏନେଇ ମାଲକାନଗିରି ଡିଏଫଓ ଡ.ସମ୍ରାଟ ଗୌଡଙ୍କୁ ପଚରାଯିବାରୁ ସେ ଏହାକୁ ମିଥ୍ୟା ବୋଲି କହିଥିଲେ। ଏହି ବାଘ କେତେବେଳେ ରାୟଗଡା ତ କେତେବେଳେ ଗୁଣପୁରରେ ଦେଖାଯାଉଥିବା ପୂର୍ବରୁ ବହୁବାର ପ୍ରଚାର ହୋଇଛି। ସୋସିଆଲ ମିଡିଆରେ ସେହି ବାଘର ଫଟୋ ଛାଡି କୋରକୋଣ୍ଡା ନିକଟରେ ବୁଲୁଥିବା କହି ଏବେ ମାଲକାନଗିରି ଜିଲ୍ଲାବାସୀଙ୍କୁ ଆତଙ୍କିତ କାରାଯାଉଛି। ତଥାପି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ। ବିଭାଗୀୟ କର୍ମଚାରୀ ସଜାଗ ରହିଛନ୍ତି ଏବଂ ସୋସିଆଲ ମିଡିଆରେ ଏହି ଫୋଟ କେମିତି ଭାଇରାଲ ହେଲା ତାହାର ତଦନ୍ତ ଚାଲିଛି। ଏଭଳି ମିଥ୍ୟା ଖବର ପ୍ରଚାର ଦ୍ୱାରା ଲୋକେ ଭୟଭୀତ ହେଉଛନ୍ତି। ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe