ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୧୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ସୁନ୍ଦର ରାଜଙ୍କ ସମ୍ମୁଖରେ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ନକ୍ସଲ ରହିଥିବା ବେଳେ ୪ ଜଣ ପୁରୁଷ ନକ୍ସଲ ରହିଛନ୍ତି।

Advertisment

ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରେ ଜଣେ ଡିଭିସିଏମ, ପାର୍ଟି ମେମ୍ବର ୫ ଜଣ, ପିପିସିଏମ ଜଣେ, ଏସିଏମ ୨ ଜଣ, ପିଏଲଜିଏ ସଦସ୍ୟ ୪ ଜଣ। ଲଗାତାର ପୁଲିସର ଅପରେସନ ଏବଂ ସରକାରଙ୍କ ଟାର୍ଗେଟ ପାଖେଇ ଆସୁଥିବାରୁ ନକ୍ସଲ ନିଜ ଜୀବନ ବଞ୍ଚାଇ ଏବେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି। ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରବାବିତ ହୋଇ ଆତ୍ମସମର୍ପଣ କରୁଥିବା ପୁଲିସ କହିଛି। ଏମାନଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Mohan Charan Majhi: ୫ଟି ଦେଶର ସେନା ବାହିନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଆଗାମୀ ଦିନରେ ବିଭିନ୍ନ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି। ଗତ ୨୦୨୪ ଜାନୁୟାରୀରୁ ଆଜି ପର୍ଯ୍ୟନ୍ତ ୮୮୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୧୧୬୩ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଏଥିସହ ୨୩୧ ଜଣ ଗୁଳିବିନିମୟରେ ମୃତ୍ୟୁ ବଣ କରିଛନ୍ତି। ତେବେ ଆଉ ହାତଗଣତି କିଛି ଦିନ ରହିଯାଇଥିବାରୁ ତୁରନ୍ତ ନକ୍ସଲ ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: 72 Micro seasons: ୭୨ଟି ଋତୁ ଅନୁଭୂତ ହୋଇଥାଏ ଏହି ଦେଶରେ, ଜାଣିବା କ’ଣ ରହିଛି ଏହାର କାରଣ...