ମାଲକାନଗିରି: ପଡ଼ିଆରେ ବଜ୍ରପାତ, ୨ ବାଳକ ମୃତ

ମାଲକାନଗିରି: ପଡ଼ିଆରେ ବଜ୍ରପାତ, ୨ ବାଳକ ମୃତ

123174094

ମାଲକାନଗିରି: ପଡ଼ିଆ ବ୍ଲକର କମାରଗୁଡ଼ା ଗ୍ରାମର ମଙ୍ଗଳବାର ଅପରାହ୍ଣରେ ବଜ୍ରପାତ ଘଟି ୨ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗ୍ରାମର ଦେବ କରାନଙ୍କ ୧୩ ବର୍ଷିଅ ପୁଅ ଜଗା କରନ ଓ ଚେନ୍ନାୟା ନାକାଙ୍କ ପୁଅ ରାହୁଲ ନାକା(୧୩) ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଘଡଘଡ଼ି ସହ ବର୍ଷା ଆରମ୍ଭ ହୋଇ ଯାଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ସେମାନେ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗଛରେ ହି ଅଚାନକ ବଜ୍ରପାତ ହୋଇଥିଲା। ଫଳରେ ଜଗା ଓ ରାହୁଲ ମଧ୍ୟ ବଜ୍ରପାତର ଶିକାର ହୋଇଥିଲେ। ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଜଗା ଓ ରାହୁଲଙ୍କୁ ହସ୍ପିଟାଲ ପଠାଇ ଦେଇଥିଲା। ହସ୍ପିଟାଲରେ ଡାକ୍ତର ଉଭୟ ବାଳକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe