ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଓ ସଂଗଠନର ହାର୍ଡକୋର୍ଟ ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଓରଫ ସୋମ୍ମାନା ଏବଂ ଷ୍ଟେଟ କମିଟି ମେମ୍ବର ବାଣ୍ଡି ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ସିସି ମେମ୍ବର ପୁଲୁରି ପ୍ରସାଦ ରାଓ(୬୪)ର ଘର ତେଲେଙ୍ଗାନାରେ ହୋଇଥିବା ବେଳେ ସେ ୪୫ ବର୍ଷ ଧରି ମାଓ ସଂଗଠନ ସହ ଜଡିତ ଥିଲେ। ବାପା ଜଣେ ସରକାରୀ ଶିକ୍ଷକ ଥିଲେ। ୧୯୯୮ରେ ସେ କୁରସାଙ୍ଗି ମୁଥିବାଇ ଓରଫ ରାଧିକାକୁ ବିବାହ କରିଥିଲେ।

Advertisment

ଜେଲ୍‌ ଯାଇଥିଲେ ପୁଲୁରିଙ୍କ ପତ୍ନୀ

ରାଧିକା ଡିଭିସିଏମ ସଦସ୍ୟ ଥିଲେ। ୨୦୧୩ ମସିହାରେ ରାଧିକା ପୋଲାଭରମ ଅଂଚଳରେ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ୨୦୧୫ରେ ସେ ଜେଲରୁ ମୁକୁଳି ନିଜ ଘରେ ରହୁଛନ୍ତି। ୧୯୭୮ରେ ସେ ଦଶମ ପାସ କରିବା ପରେ ଇଣ୍ଟରମେଡିଏଟ ଜଏନ କଲେ। ସେହି ସମୟରେ ସେ ଛାତ୍ର ସଂଗଠନରେ ଜଡିତ ହୋଇ କାମ ଆରମ୍ଭ କଲେ ୧୯୮୦ରେ ନକ୍ସଲ ନେତା କିଷନ ଜୀ ସଂପର୍କରେ ଆସି ପାର୍ଟିରେ ମିଶିଲେ। ପରେ ମାଲ୍ଲା ରାଜା ରେଡ୍ଡୀଙ୍କ ସହ କାମ ଆରମ୍ଭ କରି ଦଣ୍ଡକାରଣ୍ୟ ଅଂଚଳର ଦାୟିତ୍ବ ନେଲେ। ସେ ୧୯୮୦ରେ ବିଜାପୁର ପୁଲିସ ଦ୍ବାରା ଜେଲ ଯାଇଥିଲେ। ପରେ ଘରକୁ ଫେରି ପୁଣି ମାଓ ସଂଗଠନରେ ଜଡିତ ହେଲେ। ୨୦୦୬ରେ ଷ୍ଟେଟ କମିଟି ମେମ୍ବର ହେବା ପରେ ତାଂକ କାମକୁ ଦେଖି ୨୦୦୮ରେ ତାକୁ ସେଣ୍ଟ୍ରାଲ କମିଟି ମେମ୍ବର ଭାବେ ପଦୋନ୍ନତି କରାଯାଇଥିଲା। ପ୍ରସାଦ ୧୭ ବର୍ଷ ଧରି ସିସି ମେମ୍ବର ରହିଥିଲେ। 

ଆହୁରି ପଢ଼ନ୍ତୁ: Vigilance Awareness Week: ଦୁର୍ନୀତି ଆମ ବ୍ୟବସ୍ଥାରେ ପ୍ରବେଶ କଲେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗିଯିବ: ମୁଖ୍ୟମନ୍ତ୍ରୀ

ମାଓ ସଂଗଠନ ସହ ୪ ଦଶନ୍ଧି

ସେହିପରି ବାଣ୍ଡି ପ୍ରକାଶ(୫୫) ମଧ୍ୟ ଚାରି ଦଶନ୍ଧି ଧରି ମାଓ ସଂଗଠନ ସହ ଜଡିତ ଥିଲେ। ପ୍ରକାଶ ମଧ୍ୟ ମାଓ ନେତ୍ରୀ ହେମଦୁର୍ଗାଙ୍କୁ ବିବାହ କରିଥିଲେ। ବାପା ଜଣେ ସରାକରୀ କର୍ମଚାରୀ ଥିଲେ। ପାଠ ପଢୁଥିବା ବେଳେ ହିଁ ପ୍ରକାଶ ମଧ୍ୟ ମାର୍କ୍ସବାଦୀ ଚିନ୍ତାଧାରା ସହ ଜଡିତ ହୋଇ ମାଓ ସଂଗଠନରେ ସାମିଲ ହୋଇଥିଲେ। ଦୁଇ ଜଣଙ୍କ ନାମରେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ରହିଛି। ଚାରୋଟି ରାଜ୍ୟରେ ଏମାନେ ମୋଷ୍ଟ ଵାଣ୍ଟେଡ ରହିଥିଲେ। ଏହି ଦୁଇ ନେତାଙ୍କର ଆତ୍ମସମର୍ପଣ ସଂଗଠନକୁ ଦୋହଲାଇ ଦେଇଛି। ଧିରେ ଧିରେ ସମସ୍ତ ସେଣ୍ଟ୍ରାଲ କମିଟି ମେମ୍ବର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ ସଂଗଠନର ଅନ୍ୟ କର୍ମୀମାନେ ମଧ୍ୟ ମନବଳ ଭାଙ୍ଗୁଛି ବୋଲି ପୁଲିସ କହିଛି। ତେବେ ଆଗାମୀ ଦିନରେ ଆହୁରି ଅନେକ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୁଲିସ ଆଶା ପ୍ରକଟ କରିଛି।

ଆହୁରି ପଢ଼ନ୍ତୁ: Cyclone In Odisha: ସେବେ ମହାବାତ୍ୟା, ଏବେ ମୋନ୍ଥା...ଅଶୁଭ ଅକ୍ଟୋବର, ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏ କି ସଂଯୋଗ !