ମାଲକାନଗିରି: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ମାଓବାଦୀ ଗୋଷ୍ଠୀର ୨ ଜଣ ସଦସ୍ୟ ଶୁକବାର ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ପୁଲିସ ଏନକାଉଣ୍ଟରରେ ୨ ନକ୍ସଲ କ୍ୟାଡର ନିହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସଂପର୍କରେ ୨ ଜଣ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
ରିପୋର୍ଟ ଅନୁସାରେ ସୁକମା ଜିଲ୍ଲାର ‘ଡିଆରଜି’ର ଯବାନମାନେ ତଲାସି ଅଭିଯାନ ପାଇଁ ବାହାରିଥିଲେ। ଅଭିଯାନ ବେଳେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି କରିଥିଲେ। ଯବାନଙ୍କ ଗୁଳିରେ ଜନ ମିଲିସିଆ ଡେପୁଟି କମାଣ୍ଡର କବାସୀ ଦେବା ନିହତ ହୋଇଛନ୍ତି। ଯବାନଙ୍କ ତଲାସି ଅଭିଯାନ ଜାରି ରହିଛି ବୋଲି ସୁକମା ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିଭଳି ସୁକମା ସୀମାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଓ ମାଲକାନଗିରି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ଓ ମାଲକାନଗିରି ପୁଲିସ ଟିମର ଯୁଗ୍ମ କାର୍ଯ୍ୟାନୁଷ୍ଠାନ ବଳରେ ଅନ୍ୟ ଜଣେ ନକ୍ସଲ ନିହତ ହୋଇଛି। ଏହି ଘଟଣା ସକାଳୁ ଘଟିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଅପରେସନ ଜାରି ରହିଛି ବୋଲି ମାଲକାନଗିରି ଏସ୍ପି କହିଛନ୍ତି।
Follow Us