ସୁକମାରେ ଏନକାଉଣ୍ଟର:୨ ନକ୍ସଲ ନିହତ

ସୁକମାରେ ଏନକାଉଣ୍ଟର:୨ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଗତକାଲି ରାତିରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ ଡିଆରଜି ଯବାନ ଚିନ୍ତାଗୁମ୍ଫା ନିକଟସ୍ଥ ମେନପା ଜଙ୍ଗଲରେ ସର୍ଚ ଅପରେସରରେ ପଶିଥିଲେ। ତେବେ ଏଠାରେ ନକ୍ସଲ ପୂର୍ବରୁ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖିବା ପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ।

ଯାହାଫଳରେ ଜଣେ ଯବାନ ଆହତ ହୋଇଥିଲେ। ଏହାପରେ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନମୟ ଚାଲିଥିଲା। ଶେଷରେ ରାତି ଅନ୍ଧାରର ସୁଯୋଗ ନେଇ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ନକ୍ସଲଙ୍କ ମୃତ ଦେହକୁ ପୋଲିସକୁ ମିଳିଥିଲା। ସେହିପରି ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଅନ୍ୟପକ୍ଷରେ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି। ଏହି ଅଂଚଳକୁ ପୋଲିସ ସିଲ କରି କୁମ୍ବିଂ ଜୋରଦାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe