Two people arrested by Chhattisgarh police. Photograph: (sambad.in)
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଏରାବୋରା ଅଂଚଳରେ ପୁଲିସ ଦୁଇ ଜଣ ନକ୍ସଲ ସପ୍ଲାଏରଙ୍କୁ ଗିରଫ କରିଛି। ଏମାନେ ନକ୍ସଲଙ୍କୁ ବିସ୍ଫୋରକ ସହ ମାଓ ସାମଗ୍ରୀ ଦେବାକୁ ଯାଉଥିବା ବେଳେ ପୁଲିସ କାବୁ କରିଛି। ବିଶେଷ ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲା ପୁଲିସ ସମେତ ଡିଆରଜି ଯବାନ ଏରାବୋରା ଅଂଚଳର ମରେଇଗୁଡା ଓ ପଟେଲପାରା ଅଂଚଳରେ କୁମ୍ବିଂ କରୁଥିବା ବେଳେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଜଂଗଲକୁ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ଦୁଇ ସନ୍ଦିଗ୍ଧକୁ ଗିରଫ କରିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ହେଲେ କାରମ ଚନ୍ଦ୍ରା(୩୭) ଏବଂ ସୋଡି ଏଙ୍କା(୪୦)। ଏମାନେ ନକ୍ସଲଙ୍କୁ ବିଭିନ୍ନ ଜିନିଷ ସବ ବିସ୍ଫୋରକ ସପ୍ଲାଏ କରୁଥିବା ସ୍ବୀକାର କରିଥିଲେ। ଏମାନଙ୍କ ନିକଟରୁ ୪ଟି ଜିଲୋଟିନ ରୋଡ,୬ଟି ଡିଟୋନେଟର,୬ ମିଟର କୋଡେକ୍ସ ତାର,ଫୋଟାକା,ଲୁହା ସ୍ପାଇକ,ନକ୍ସଲ ପୋଷ୍ଟର ଓ ବ୍ୟାନର,୧୦୦ ଗ୍ରାମ ବାରୁଦ ସମେତ ଆହୁରି ବହୁ ସାମଗ୍ରୀ ପୁଲିସ ଜବତ କରିଛି। ଏମାନଙ୍କୁ ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଛି।
Follow Us