ଅଭିନବ ଉପାୟରେ ଗଂଜେଇ ଚାଲାଣ: ଅଟୋ ଜବତ, ୨ ଗିରଫ

Advertisment

ମାଲକାନଗିରି ଜିଲ୍ଲାରେ ପ୍ରତିଦିନ ଗଂଜେଇ ବେଧଡକ ଚାଲାଣ ହେଉଥିବା ବେଳେ ପୁଲିସ କିମ୍ବା ଅବକାରୀ ବିଭାଗ ଏହାରର ଟେର ପାଇପାରୁନାହିଁ। କିନ୍ତୁ ଆଜି ଅବକାରୀ କର୍ମଚାରୀ ଗଂଜେଇକୁ ଅଭିନବ ଉପାୟରେ ଚାଲାଣ କରୁଥିବା ବେଳେ ଚଢାଉ କରି ଗଂଜେଇ ଜବତ କରିବା ସହ ୨ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ମାଲକାନଗିରି ଜିଲ୍ଲାରେ ପ୍ରତିଦିନ ଗଂଜେଇ ବେଧଡକ ଚାଲାଣ ହେଉଥିବା ବେଳେ ପୁଲିସ କିମ୍ବା ଅବକାରୀ ବିଭାଗ ଏହାରର ଟେର ପାଇପାରୁନାହିଁ। କିନ୍ତୁ ଆଜି ଅବକାରୀ କର୍ମଚାରୀ ଗଂଜେଇକୁ ଅଭିନବ ଉପାୟରେ ଚାଲାଣ କରୁଥିବା ବେଳେ ଚଢାଉ କରି ଗଂଜେଇ ଜବତ କରିବା ସହ ୨ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି।

malkangiri

malkangiri Photograph: (Sambad.in )

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରତିଦିନ ଗଂଜେଇ ବେଧଡକ ଚାଲାଣ ହେଉଥିବା ବେଳେ ପୁଲିସ କିମ୍ବା ଅବକାରୀ ବିଭାଗ ଏହାରର ଟେର ପାଇପାରୁନାହିଁ। କିନ୍ତୁ ଆଜି ଅବକାରୀ କର୍ମଚାରୀ ଗଂଜେଇକୁ ଅଭିନବ ଉପାୟରେ ଚାଲାଣ କରୁଥିବା ବେଳେ ଚଢାଉ କରି ଗଂଜେଇ ଜବତ କରିବା ସହ ୨ ଜଣ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ଆଜି ସକାଳେ ୮ଟା ସମୟରେ ଅବକାରୀ ବିଭାଗର ମୋବାଇଲ ୟୁନିଟର କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ବାଲିମେଳା ପଟରୁ ଦ୍ରୁତ ଗତିରେ ଏକ ଅଟୋ ଆସୁଥିବା ଦେଖି ତାକୁ ଅଟକାଇଥିଲେ। ଅଟୋକୁ ଯାଞ୍ଚ କରିବାରୁ ସେଥିରେ କିଛି ମିଳିନଥିଲା। କିନ୍ତୁ ପରେ ଅବକାରୀ କର୍ମଚାରୀ ଅଟୋକୁ ତଳ ପଟୁ ଯାଞ୍ଚ କରିବା ପାଇଁ ଚାହିଁଥିଲେ।

ଅଟୋର ତଳ ପଟୁ ଏକ ଚାମ୍ବର କରାଯାଇ ସେଥିରେ ଗଂଜେଇ ଗଚ୍ଛିତ କରାଯାଇଥିଲା। ଯାହା ଜଣେ ସାଧାରଣ ବ୍ୟକ୍ତି କିଛି ଜାଣିପାରିବ ନାହିଁ। କିନ୍ତୁ ଅବକାରୀ କର୍ମଚାରୀ ଏହା ଦେଖିବା ପରେ ତାଜୁବ ହୋଇଯାଇଥିଲେ। ତୁରନ୍ତ ଅଟୋକୁ ଓଲଟାଇ ତଳେ ଥିବା ଚାମ୍ବରକୁ ଭାଙ୍ଗିବା ପରେ ସେଥିରେ ୬୦ କିଲୋ ଗଂଜେଇ ରହିଥିବା ଦେଖିବାକୁ ପାଇଥିଲେ। 

ବଜାରରେ ଏହାର ମୂଲ୍ୟ ୬ ଲକ୍ଷ ଟଂକା ହେବ ବୋଲି ଅବକାରୀ ବିଭାଗ କହିଛି। ଏଥିସହ ଅଟୋକୁ ଜବତ କରିବା ସହ ଗଂଜେଇ ଚାଲାଣ କରୁଥିବା ୨ ଜଣ ଆସାମୀକୁ ଗିରଫ କରାଯାଇଛି। ଆସାମୀ ଦ୍ବୟ ହେଲେ ନିଃସନ୍ତା ମେଟାପାଲୀ ଓ ଦୁଃପତ୍ତି ମୋହନ। ଏମାନଙ୍କ ଘର ତେଲେଙ୍ଗାନା ବୋଲି ଜଣାପଡିଛି। ଏମାନେ ମାଲକାନଗିରିରୁ କାଲିମେଳା ଦେଇ ତେଲେଙ୍ଗାନାକୁ ଗଂଜେଇ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ଏହି ଚଢାଉରେ ଏସଆଇ ଆଶେଷ କୁମାର ନାୟକ, ଜ୍ଞାନ ରଂଜନ ସାହୁ, ପ୍ରଦୀପ ନାୟକ, ପାଣ୍ଡବ ଟୁଡୁ, ଚନ୍ଦନ ବେଟି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe