ଗୁରୁପ୍ରିୟା ସେତୁ ବିସ୍ଫୋରଣ ପାଇଁ ଯୋଜନା! ସନ୍ଦେହରେ ୨ ସଦିଗ୍ଧ ଅଟକ

ଗୁରୁପ୍ରିୟା ସେତୁ ବିସ୍ଫୋରଣ ପାଇଁ ଯୋଜନା! ସନ୍ଦେହରେ ୨ ସଦିଗ୍ଧ ଅଟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜୀବନରେଖା କୁହାଯାଉଥିବା ନିର୍ମାଣାଧୀନ ‘ଗୁରୁପ୍ରିୟା ସେତୁ’କୁ ବିସ୍ଫୋରଣ କରି ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ଦେହରେ ୨ଜଣ ସଦିଗ୍ଧଙ୍କୁ ମଙ୍ଗଳବାର ଅଟକ ରଖିଛି ବିଏସ୍‌ଏଫ ଯବାନ।

ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସୀମା ସୁରକ୍ଷା ବାହିନୀ(ବିଏସ୍‌ଏଫ୍‌) ଯବାନମାନେ ଚିତ୍ରକୋଣ୍ଡାରେ ପହଞ୍ଚି ନିର୍ମାଣାଧିନ ଗୁରୁପ୍ରିୟା ସେତୁର ତନଖି କରୁଥିବା କାଳରେ ସେଠାରୁ ଜଣେ ମହିଳା ସମେତ ୨ଜଣ ସଦିଗ୍ଧଙ୍କୁ ଧରିବାରରେ ସମର୍ଥ ହୋଇଥିଲେ। ଏମାନଙ୍କୁ ଏବେ ବିଏସ୍‌ଏଫ୍‌ ଯବାନମାନେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। କିନ୍ତୁ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ି ନାହିଁ। ସେମାନଙ୍କୁ ଏସପି ଜଗମୋହନ ମୀନାଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। କିନ୍ତୁ ଘଟଣା ସମ୍ପର୍କରେ ଏସ୍‌ପି ଓ ବିଏସ୍‌ଏଫ୍‌ ଯବାନମାନେ କିଛି କହି ନାହାନ୍ତି।

ସୂଚନାଯେଗ୍ୟ, ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ବିକାଶ ନେଇ ନିର୍ମାଣ ଚାଲିଥିବା ଗୁରୁପ୍ରିୟା ସେତୁକୁ ଆରମ୍ଭରୁ ନକ୍ସଲମାନେ ବିରୋଧ କରି ଆସୁଛନ୍ତି। ଏହି ସେତୁ ନିର୍ମାଣ ହେବା ଫଳରେ ସ୍ଥାନୀୟ ଲୋକଙ୍କର ଆର୍ଥିକ, ଶୈକ୍ଷିକ ଓ ସାମାଜିକ ବିକାଶ ହେବ, ଯାହାକୁ କି ମାଓବାଦୀମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ତଦାରଖରେ ଏହି ସେତୁ ୨୦୧୪ରେ ନିର୍ମାଣାରମ୍ଭ ହୋଇଛି।

ନିର୍ମାଣ କାମ ୨୦୧୭ ସେପ୍ଟେମ୍ବରରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ନିର୍ମାଣ କାର୍ଯ୍ୟ ବିଲମ୍ବ ହୋଇଥିବାରୁ ବର୍ତମାନ ଆଗାମୀ ଡିସେମ୍ବର ସୁଦ୍ଧା ଏହା ଶେଷ ହେବ ବୋଲି କୁହାଯାଉଛି। କଡାସୁରକ୍ଷା ବ୍ୟବସ୍ଥା ସହିତ ରୋୟାଲ ଇନଫ୍ରା କଷ୍ଟ୍ରକସନ୍‌ ଦ୍ୱାରା ୧୭୨ କୋଟି ଟଙ୍କାରେ ଏହି ସେତୁର ନିର୍ମାଣ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe