ଖଇରପୁଟ(ପ୍ରେମେନ୍ଦ୍ର ପରିଚ୍ଛା): ନିଆରା ଝାଟିପର୍ବରେ ବଣ୍ତାଘାଟିରେ ଚାଲେ ରକ୍ତର ଖେଳ। ରାଗରୁସା, ଅଭିମାନ ଦୂର କରିବାର ନିଆରା ପରମ୍ପରା। ଗାଁ ଦାଣ୍ତରେ ଏକାଠି ହୋଇ ଚାମୁକ ମାଡରେ ଦେହରେ ରକ୍ତ ଫୁଟାଇ ପରସ୍ପରକୁ କରନ୍ତି ଆଲିଙ୍ଗନ। ପୂର୍ବପୁରୁଷ କାଳରୁ ଚାଲି ଆସୁଥିବା ନିଆରା ବନ୍ଧୁତ୍ବ ସୃଷ୍ଟି କରିବାର ଝାଟିପର୍ବ ମାଲକାନଗିରି ଜିଲା ବଣ୍ତାଘାଟିରେ ଦେଖିବାକୁ ମିଳେ।

Advertisment

ଆଦିମ ଜନଜାତିର ଲୋକେ ବର୍ଷ ତମାମ  ରାଗରୁସାକୁ ଛାଡି ଝାଟିପର୍ବରେ ଭେଟି ଅଭିମାନକୁ ଦୂର କରନ୍ତି। ଝାଟିପର୍ବକୁ ପୁଷପରବ ବୋଲି ମଧ୍ୟ କୁହାଯାଏ। ବଣ୍ତାଘାଟିରେ ଚାଲିଛି ରକ୍ତର ଖେଳ। ଦେହରୁ ଝରିଯାଉଛି ରକ୍ତ। ପିଠି ପଡିଯାଇଛି ଚାମୁକ ମାଡରେ ରକ୍ତାକ୍ତ। ଗାଁ ଦାଣ୍ତରେ ଚାଲିଛି ପର୍ବର ମଜା। ଏକାଠି ହୋଇଛନ୍ତି ଗାଁ ସାରା ଆଦିମ ଜନଜାତିର ଲୋକେ। ଏ ହେଉଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର ପଡେଇଗୁଡା ଗାଁର ଦୃଶ୍ୟ। ଗାଁ ସାରା ଲୋକେ ଏକାଠି ବନ୍ଧୁତ୍ବ ବଢାଇବା ପାଇଁ ପରସ୍ପରକୁ ସଲପ ଗଛରୁ ତିଆରି ଛାଟରୁ ପିଟି ଚାଲୁଛନ୍ତି। ମଝିରେ ପଶି ମହିଳା ହଳଦୀ ଲେପ ପିଠିରେ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: Operation SINDOOR: ସଫଳ ହୋଇଛି ଅପରେସନ ସିନ୍ଦୂର: ସ୍ବୀକାର କଲା ଲସ୍କର କମାଣ୍ଡର... ମାଟିରେ ମିଶିଯାଇଛି ଆତଙ୍କୀ ଆଡ୍ଡା

ଅଭିମାନ ଦୂର କରିବା ପାଇଁ ପର୍ବ

ବର୍ଷ ତମାମର ରାଗରୁସା, ଅଭିମାନକୁ ଦୂର କରିବା ପାଇଁ ଚାଲିଛି ପର୍ବର ସଂଘର୍ଷ। ଏହାଦ୍ବାରା ବଢେ ନିବିଡି ସମ୍ପର୍କ। ଆଦିମ କାଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ପୁଷପରବ ମଧ୍ୟ କୁହାଯାଏ ବୋଲି କୁହନ୍ତି ବଣ୍ତାଘାଟି ବାସିନ୍ଦା। ନିଆରା ଜୀବନ ଶୈଳୀରେ ବଞ୍ଚିବାକୁ ଭଲପାଉଥିବା ଜନଜାତିଙ୍କ ପରମ୍ପରା ଏବଂ ପର୍ବପର୍ବାଣୀ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଏବଂ ଗବେଷକଙ୍କ ଏଠାରେ ଭିଡ ଜମେ। ଖାସ କରି ବଣ୍ତାଘାଟିର ସ୍ବତନ୍ତ୍ର ଏହି ରକ୍ତର ଖେଳ ଖେଳି ନିବିଡି ସମ୍ପର୍କ ସ୍ଥାପନା କରୁଥିବା ଝାଟିପରବ ତଥା ପୁଷପରବ ଦେଖିବାକୁ ଆସିଥାନ୍ତି ପର୍ଯ୍ୟଟକ ଏବଂ ଗବେଷକ। ଏହା ଦେଖିବା ପରେ ମନରେ ବନ୍ଧୁତ୍ବ କିପରି ଜାଗ୍ରତ ହୁଏ ତାହା ଅନୁଭବ ହୁଏ ବୋଲି ଭୁବନେଶ୍ବରରୁ ଆସିଥିବା ଗବେଷକ ସଂଗୀତା ଏବଂ ହାଇଦ୍ରାବାଦରୁ ଆସିଥିବା ପର୍ଯ୍ୟଟକ ବିଜୟ ଭାସ୍କର ରେଡ୍ଡୀ କହିଛନ୍ତି । 

ଆହୁରି ପଢ଼ନ୍ତୁ: Iran protests updates: ଇରାନ ସେନା ଗୁଳି ଚଳାଇବାକୁ ମନା କରିବାରୁ ବିକ୍ଷୋଭକୁ ଦମନ ପାଇଁ ବିଦେଶରୁ ଯୋଦ୍ଧା ମଗାଇଲେ ଖେମିନି...