ଅଜଣା ଯନ୍ତୁ ଆତଙ୍କ: ରାତିରେ ଖାଇଯାଉଛି ଗୋଟା ଗୋଟା ଛେଳି

Advertisment

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର କୁମ୍ଭାରପୁଟ ଗ୍ରାମରେ ଏବେ ଅଜଣା ଜନ୍ତୁର ଆତଙ୍କ ଦେଖାଯାଇଛି। ଅଜଣା ଯନ୍ତୁକୁ ନେଇ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର କୁମ୍ଭାରପୁଟ ଗ୍ରାମରେ ଏବେ ଅଜଣା ଜନ୍ତୁର ଆତଙ୍କ ଦେଖାଯାଇଛି। ଅଜଣା ଯନ୍ତୁକୁ ନେଇ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି।

New Project (26)

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର କୁମ୍ଭାରପୁଟ ଗ୍ରାମରେ ଏବେ ଅଜଣା ଯନ୍ତୁର ଆତଙ୍କ ଦେଖାଯାଇଛି। ଅଜଣା ଯନ୍ତୁକୁ ନେଇ ଗ୍ରାମବାସୀ ଏବେ ଭୟ ଓ ଆତଙ୍କରେ ରହିଛନ୍ତି। ଗ୍ରାମବାସୀ ଋଣ  କରି ଛେଳି ପାଳିଛନ୍ତି, ଛେଳି ଗୁହାଳରେ କିନ୍ତୁ ଅଜଣା ଯନ୍ତୁ ପଶି ଛେଳି ମାରି ଖାଇଯାଉଥିବା ଦେଖିବାକୁ ମିଳୁଛି।

 ଗ୍ରାମର ବିଧବା ମହିଳା ସମ୍ବାରୀ ଧାଙ୍ଗଡାଙ୍କର ଚାରୋଟି ଛେଳିକୁ ଅଜଣା ଯନ୍ତୁ ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। ସମ୍ବାରୀ ଛେଳି ପାଳି ନିଜର ଗୁଜରାଣ ମେଣ୍ଟାନ୍ତି। ତେବେ ହଜାର ହଜାର ଟଙ୍କାର ଛେଳି ମରିଯିବା ପରେ ସେ ଏବେ ଅସହାୟ ହୋଇପଡିଛନ୍ତି।

ସେହିପରି ଗ୍ରାମର ଅନ୍ୟ ଲୋକମାନେ ମଧ୍ୟ ଏବେ ଭୟରେ ରହିଛନ୍ତି। ସେମାନଙ୍କର ଛେଳିକୁ ମଧ୍ୟ ଏହି ଅଜଣା ଯନ୍ତୁ ରାତିରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରି ଏବେ ରାତିରେ ଉଜାଗର ରହି ଜଗିବାକୁ ଚିନ୍ତା କରିଛନ୍ତି। ତେବେ ଏହା ହେଟା ବାଘ କିମ୍ବା କଲରାପତରିଆ ବାଘର କାମ ବୋଲି ଅନୁମାନ କରାଯାଉଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମର ସମସ୍ତେ ଋଣ ଆଣି ଛେଳି ଚାଷ କରୁଛନ୍ତି। ଏଠାରୁ ଛେଳି ଜିଲ୍ଲାର ବିଭିନ୍ନ ସ୍ଥାନକୁ ରପ୍ତାନୀ ହୋଇଥାଏ। ତେବେ ଏଭଳି ଲଗାତାର ଯଦି ଛେଳି ମରିବେ; ତେବେ ସେମାନେ ସର୍ବସ୍ବାନ୍ତ ହୋଇଯିବେ।

ତୁରନ୍ତ ବନ ବିଭାଗ ପକ୍ଷରୁ ଏନେଇ ତଦନ୍ତ କରାଯାଇ ଏହି ଅଜଣା ଯନ୍ତୁକୁ କାବୁ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ସାମ୍ବାରୀଙ୍କୁ ପ୍ରଶାସନ ତରଫରୁ ତୁରନ୍ତୁ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe