ବଜ୍ରକାପ୍ତା ଜବତ କରିବାକୁ ଯାଇ ବନ କର୍ମଚାରୀ ହେଲେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର, ୮ ଆହତ

Advertisment
ବଜ୍ରକାପ୍ତା ଜବତ କରିବାକୁ ଯାଇ ବନ କର୍ମଚାରୀ ହେଲେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର, ୮ ଆହତ

ମାଲକାନଗିରି: ଜ୍ରକାପ୍ତା ଜବତ କରିବାକୁ ଯାଇ ବନ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ୮ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକାପ୍ତା ଥିବା ଖବର ପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କ ସମେତ ୧୬ ଜଣ ବନ କର୍ମଚାରୀ ମାଲକାନଗିରି ଥାନା ଅନ୍ତର୍ଗତ ନାମକୋଣ୍ଡା ଗ୍ରାମରେ ଚଢ଼ାଉ କରିଥିଲେ।

publive-image

ଜ୍ରକାପ୍ତା ଜବତ କରି ଆଣୁଥିବା ସମୟରେ ଅଚାନକ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ସଂଘବଦ୍ଧ ଭାବେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଗ୍ରାମବାସୀ ଟେକା ପଥର ଫିଙ୍ଗିବା ସହ ଠେଙ୍ଗା ବାଡ଼ିରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରେଞ୍ଜର ବାସୁଦେବ ନାୟକଙ୍କ ସମେତ ୮ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଏଣେ ମାଲକାନଗିରି ଥାନାରେ ଏତଲା ଦାୟର କରାଯାଇଛି। ଏତଲାକୁ ଭିତ୍ତିକରି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe