ସଂଗଠନ ସହିତ ୪୪ବର୍ଷର ସଂପର୍କ ଶେଷ କଲା ଦୁର୍ଦ୍ଦାନ୍ତ ନକ୍ସଲ

ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ନକ୍ସଲ ସଂଗଠନର ଜଣେ ଆଗଧାଡିର ମାଓ ନେତା ମନ୍ଦା ରୁବେନ(୬୭) ଆତ୍ମସମର୍ପଣ କରିଛି। ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ପୁଲିସ ଏସପି ସନପ୍ରିତ ସିଂଙ୍କ ସମ୍ମୁଖରେ ଏହି ମାଓ ନେତା ଆତ୍ମସମର୍ପଣ କରିଛି।

Untitled-32

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ନକ୍ସଲ ସଂଗଠନର ଜଣେ ଆଗଧାଡିର ମାଓ ନେତା ମନ୍ଦା ରୁବେନ(୬୭) ଆତ୍ମସମର୍ପଣ କରିଛି। ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ପୁଲିସ ଏସପି ସନପ୍ରିତ ସିଂଙ୍କ ସମ୍ମୁଖରେ ଏହି ମାଓ ନେତା ଆତ୍ମସମର୍ପଣ କରିଛି। ସରକାର ରୂବେନ ଉପରେ ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। 

ମିଳିଥିବା ସୂତ୍ର ଅନୁଯାୟୀ ଲଗାତାର ସ୍ବାସ୍ଥ୍ୟ ଖରାପ ହେବା, ପୁଲିସର ଅପରେସନରେ ଲୁଚିବା ଅସମ୍ଭବ ହେବା, ସଂଗଠନରେ ଭେଦଭାବ,ଦୁଇ ଗୋଷ୍ଠୀ ହେବା ଯୋଗୁଁ ସଂଗଠନ ଛାଡ଼ିବାକୁ ସେ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ରୂବେନ ସଂଗଠନରେ ୪୪ ବର୍ଷ ଧରି ଜଡିତ ଥିଲେ। ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସେ ସଚିବ ରହିଥିଲେ। ନକ୍ସଲ ପୁଲିସ ଉପରେ ହମଲା କରିବାର ସମସ୍ତ ବ୍ଲୁପ୍ରିଣ୍ଟ ରୁବେନ ପ୍ରସ୍ତୁତ କରୁଥିଲେ। ପୁଲିସର ଅପରେସନରେ ବଡ ବଡ ନେତା ଟଳି ପଡୁଥିବା ରୂବେନ ପାଇଁ ଚିନ୍ତାର ବିଷୟ ହୋଇଥିଲା। ସଂଗଠନରେ ଆଉ ତାଂକ ନିଷ୍ପତ୍ତିକୁ କେହି ଗ୍ରହଣ କରିବାକୁ ରାଜି ନଥିଲେ। ତାଂକୁ ସଂଗଠନରେ ଏକ ଘରକିଆ କରିଦିଆଯାଇଥିଲା। ତେଣୁ ସେ ସଂଗଠନରେ ଆଉ ବେଶୀ ଦିନ ରହିବା ତାଂକ ପାଇଁ ବିପଦ ହୋଇଯାଇଥିଲା।

ରୂବେନ ସଂଗଠନରେ ୪୪ ବର୍ଷ ଧରି ଜଡିତ ଥିଲେ। ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସେ ସଚିବ ରହିଥିଲେ। ନକ୍ସଲ ପୁଲିସ ଉପରେ ହମଲା କରିବାର ସମସ୍ତ ବ୍ଲୁପ୍ରିଣ୍ଟ ରୁବେନ ପ୍ରସ୍ତୁତ କରୁଥିଲେ।

ତେଲେଙ୍ଗାନାରେ ଚଳିତ ବର୍ଷ ୪୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ସେହିପରି ୪୨୧ ଜଣ ମାଓବାଦୀ ଗିରଫ ହୋଇସାରିଲେଣି। ସେହିପରି ୧୩୭ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଯଦି ଦେଖିବା ଗତ ୨୦୨୪ରେ ତେଲେଙ୍ଗାନାରେ ୯୨୪ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୫୯୯ ଜଣ ଆତ୍ମସମର୍ପଣ ଏବଂ ୧୯୫ ଜଣ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି। ଆଜି ରୁବେନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସେ କିପରି ଆତ୍ମନିର୍ଭରଶୀଳ ହୋଇ ବାକି ଜୀବନ ପରିବାର ସହ ସୁଖରେ କଟାଇବେ ସେନେଇ ସମସ୍ତ ବ୍ୟବସ୍ଥା କରିବ ବୋଲି କହିଛି।

maoists 

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe