ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ: ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ

ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ: ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ

କାଲିମେଳା: ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ। ଗତ କିଛି ଦିନ ହେଲା କାଲିମେଳାରେ ଲଗାଣ ବର୍ଷା ହେବାରୁ ଆଜି ସକାଳୁ ଏହି ପୋଲ ଉପରେ ୩ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି। ଏହି ପୋଲ ଉପରେ ହଠାତ୍ ଏହି ପାଣି ମାଡ଼ି ଆସିବାରୁ ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି।

ଗତ ପ୍ରାୟ ଦୁଇ ସପ୍ତାହ ହେଲା କାଲିମେଳା ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଏହି ପୋଲଟି ୪ ଥର ବୁଡ଼ି ସାରିଲାଣି। ସେହିପରି ଖବର ଲେଖା ହେବା ସୁଦ୍ଧା କାଲିମେଳା ପଡିଆ ବ୍ଲକକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ଧୀରେ ଧୀରେ ପାଣି ଉଠୁଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe