Naxal commander Kamala Sodi surrender before police on Thursday. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଖଇରାଗଡ଼ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କ ନିକଟରେ ମହିଳା ମାଓ କମାଣ୍ଡର କମଲା ସୋଡ଼ି ଆତ୍ମସମର୍ପଣ କରିଛି। କମଲା ସୋଡ଼ି ନାମରେ ସରକାର ୧୭ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। କମଲା ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ର ମୁଖ୍ୟ ଥିଲା। ୨୦୧୧ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲା କମଲା। କମଲା ମଧ୍ୟପ୍ରଦେଶର ଚାଲି ଚାଲି ପ୍ରାୟ ୧୨ ଘଣ୍ଟା ପରେ ପୁଲିସ ନିକଟରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ହାତରେ ଏସଏଲଆର ବନ୍ଧୁକ ଧରିଥିଲା। ତିନି ରାଜ୍ୟ ପାଇଁ ସେ କୁଖ୍ୟାତ ରହିଥିବା ବେଳେ ଏହି ତିନି ରାଜ୍ୟରେ ବହୁ ହିଂସା ଘଟାଇଥିଲା।
୧୫ ବର୍ଷ ବୟସରେ ମାଓ ସଂଗଠନରେ ଯୋଗଦାନ
କମଲା ସୁକମା ଅଂଚଳର କରଲମପାଲୀ ଗ୍ରାମର ଝିଅ। ୧୫ ବର୍ଷରେ ସେ ନକ୍ସଲ ସଂଗଠନରେ ଜଡିତ ହୋଇଥିବା କହିଥିଲା। ଲଗାତାର ବଡ଼ବଡ଼ ନକ୍ସଲ ନେତା ଆତ୍ମସମର୍ପଣ କରୁଥିବା ଖବର ସେ ପାଇବା ପରେ ନିଜେ ଚିନ୍ତା କରି ହିଂସାକୁ ତ୍ୟାଗ କରିଥିବା କହିଥିଲା। ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାକୁ ଇଛା ପ୍ରକଟ କରିଛି। ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇଥିବା ମଧ୍ୟ କହିଛି। ସରକାର ତରଫରୁ ୫୦- ହଜାର ଟଂକା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ତାଂକୁ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ କରାଯିବ ବୋଲି କୁହାଯାଇଛି।
ତେଲେଙ୍ଗାନା ଏରିଆ କମିଟିର ଅସ୍ତ୍ର ବିରତିକୁ ନିନ୍ଦା
ଗତ ଦୁଇ ଦିନ ତଳେ ତେଲେଙ୍ଗାନା ଏରିଆ କମିଟି ପକ୍ଷରୁ ପ୍ରେସ୍ ବଜ୍ଞପ୍ତି ଜାରି କରାଯାଇ ପୁଣି ଆସନ୍ତା ୬ ମାସ ପାଇଁ ଅସ୍ତ୍ର ବିରତି କରିବାନ ନେଇ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଆମେ କୌଣସି ଅପ୍ରତିକର ଘଟଣା ଘଟାଇବୁ ନାହିଁ ବୋଲି ସେମାନେ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରି ଆଜି ପୂର୍ବ ଆଞ୍ଚଳିକ ବ୍ୟୁରୋ ତରଫରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେତେ ତେଲେଙ୍ଗାନା ଏରିଆ କମିଟି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଅସ୍ତ୍ର ବିରତିକୁ ଆମେ ନିନ୍ଦା କରୁଛି। ଏମାନେ ଅପ୍ରତ୍ୟାଶିତ ଭାବେ ଆତ୍ମସମର୍ପଣ କରିଛନ୍ତି ବୋଲି ପ୍ରବକ୍ତା ସଂକେତ ପ୍ରକାଶ କରିଛି।
ଆହୁରି ପଢ଼ନ୍ତୁ: CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
ଲଗାତାର ଆତ୍ମସମର୍ପଣ
ଗତ କିଛି ମାସ ହେଲା ତେଲେଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଲଗାତାର ନକ୍ସଲ ହତିଆର ଧରି ଏବଂ ବିନା ହତିଆରରେ ଆତ୍ମସମର୍ପଣ କରୁଛନ୍ତି। ଯାହାକି ସଂଗଠନକୁ ବହୁତ କ୍ଷତି ହୋଇଛି। ପୁଲିସ ତରଫରୁ କଗାର ନାମରେ ଅପରେସନ କରାଯିବାରୁ ବହୁ ନକ୍ସଲ ମୃତ୍ୟୁବରଣ କଲେ। ଏହାପରେ ନକ୍ସଲ ସରକାରଙ୍କୁ ଶାନ୍ତିବାର୍ତ୍ତା ପାଇଁ ଆହ୍ବାନ କରି ବିଫଳ ହେଲେ। ତେଣୁ ଜୀବନକୁ ବଞ୍ଚାଇବା ପାଇଁ ଏମାନେ ଆତ୍ମସମର୍ପଣର ପଥକୁ ବାଛିନେଲେ ବୋଲି କୁହାଯାଇଛି। କ୍ରାନ୍ତିକାରୀ ଆନ୍ଦୋଳନରେ ତଳ ଉପର ହୁଏ। ଆନ୍ଦୋଳନରେ ବହୁ କଷ୍ଟ ରହିଛି। ଆମ ପାର୍ଟି ମଧ୍ୟ ବହୁ ଥର ଉପର ତଳକୁ ହୋଇ ଆଜି ଏ ପର୍ଯ୍ୟନ୍ତ ପହଞ୍ଚିଛି। ତେଲେଙ୍ଗାନା ଏରିଆ କମିଟି ତେଲେଙ୍ଗାନା ସରକାରଙ୍କ ନିକଟରେ ଆତ୍ମସମର୍ପଣ ଏକ ପ୍ରକାର କରିସାରିଛି। ଅସ୍ତ୍ର ବିରତି ନେଇ ତେଲେଙ୍ଗାନା ଏରିଆ କମିଟି ଆମ ସହ କୌଣସି କଥାବାର୍ତ୍ତା କରିନାହିଁ। ଯାହା ସଂଗଠନରେ ଦୁଇ ଗୋଷ୍ଠୀ ହେବା ନେଇ ସୂଚନା ଦେଉଛି। ଆତ୍ମସମର୍ପଣ କରୁଥିବା ନକ୍ସଲମାନେ କାପୁରୁଷ ଓ ଭୀରୁ ଅଟନ୍ତି। ତେଣୁ ଜନସାଧାରଣ ସେମାନଙ୍କୁ ପ୍ରଶ୍ନ କରନ୍ତୁ ଓ କ୍ରାନ୍ତିକାରୀ ଆନ୍ଦୋଳନକୁ ଆଗକୁ ବଢିବାରେ ସହଯୋଗ କରନ୍ତୁ ବୋଲି ପ୍ରେସ ବିଜ୍ଞପ୍ତିରେ ମାଓନେତା ସଂକେତ କହିଛି।
ଆହୁରି ପଢ଼ନ୍ତୁ: Odia Girl Murder: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ମାରି ଫିଙ୍ଗିଦେଲା ଘର ମାଲିକର ପୁଅ
Follow Us