ଏନକାଉଣ୍ଟରରେ ମହିଳା ନକ୍ସଲ ନିହତ

Advertisment
ମାଲକାନଗିରି: ଠିକାଦାରଙ୍କୁ ଅପହରଣ ପରେ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ନକ୍ସଲ ନିହତ ହୋଇଛନ୍ତି। ମୃତା ମହିଳା ନକ୍ସଲଙ୍କ ନାମରେ ପୂର୍ବରୁ ରାଜ୍ୟ ସରକାର ୫ ଲକ୍ଷ ଟଂକା ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଡିଇଏଫ ଏବଂ ଆଇଟିବିପି ଯବାନ ମାନପୁର ଅଂଚଳର କୋଣ୍ଡଲି ଜଂଗଲରେ କମ୍ବିଂ ଅପରେସନ ପାଇଁ ପଶିଥିଲେ। ନକ୍ସଲଙ୍କ କ୍ୟାମ୍ପ ପାଖାପାଖି ହେବାରୁ ପୂର୍ବରୁ ସଜାଗ ରହିଥିବା ନକ୍ସଲ ଆତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ପାଲଟା ଯବାବ ଦେବାରୁ ନକ୍ସଲ ବାଧ୍ୟ ହୋଇ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ସମୟରେ ଜଣେ ମହିଳା ନକ୍ସଲଙ୍କ ଶବ ସହ ଗୋଟିଏ ରାଇଫଲ ଉଦ୍ଧାର କରାଯାଇଥିଲା। ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମୃତା ମହିଳା ନକ୍ସଲ ଜରିନା ଆନ୍ଧ୍ର-ଏରିଆ କମିଟି ସଦସ୍ୟ ଥିଲା। ୨୦୦୫ ମସିହାରୁ ନକ୍ସଲ ସଂଗଠନରେ ସାମିଲ ହୋଇ କାମ କରିଆସୁଥିଲେ। ଏକ ଡଜନରୁ ଊର୍ଦ୍ଧ୍ୱ ହିଂସାକାଣ୍ଡରେ ଜଡିତ ଥିବା ପୋଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe