ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ମହାସମୁଦ ନିକଟସ୍ଥ ଏକ ଶିବ ମନ୍ଦିର ନିକଟରେ ଏକ ଜଂଗଲି ଭାଲୁକୁ ସ୍ଥାନୀୟ ଯୁବକ ଥଣ୍ଡା ପାନୀୟ ଦେଇ ଜେଲ୍ ଯିବା ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି।
ଘଟଣା ଅନୁଯାୟୀ ପ୍ରତିଦିନ ଏକ ଜଂଗଲି ଭାଲୁ ମହାସମୁଦ ନିକଟସ୍ଥ ଏକ ଶିବ ମନ୍ଦିରକୁ ଆସୁଥାଏ। ଖାଦ୍ୟ ଅନ୍ବେଷଣରେ ଭାଲୁ ଗାଁ ମୁହାଁ ମଧ୍ୟ ହୋଇଥାଏ। ତେବେ ସ୍ଥାନୀୟ ଜଣେ ଯୁବକ ଭାଲକୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲା।
ଭାଲୁ ମଧ୍ୟ ଆଗ ଦୁଇ ଗୋଡରେ ଥଣ୍ଡା ପାନୀୟ ଧରି ଖବ୍ ମଜାରେ ପିଇଥିଲା। ଯୁବକ ଜଣକ ଏହାକୁ ଭିଡିଓ ଉତ୍ତୋଳନ କରିଥିଲେ। ଯାହା ବେଶ ଭାଇରାଲ ହୋଇଥିଲା। ପରେ ଏହି ଖବର ସ୍ଥାନୀୟ ବନ ବିଭାଗ ନିକଟରେ ପହଞ୍ଚିବା ପରେ ତୁରନ୍ତ ଯୁବକକୁ ଜଂଗଲ ଆଇନ ୧୯୭୨ର ଧାରା ୯,୫୧ ଓ ୫୨ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ତେବେ ଯୁବକ ଜଣକ ଏହା ଏକ ଅପରାଧ ବୋଲି ଜାଣିନଥିଲେ ବୋଲି କହିଥିଲେ। ନଚେତ ସେ କେବେ ମଧ୍ୟ ଭାଲୁକୁ ଥଣ୍ଡା ପାନୀୟ ଦେଇନଥାନ୍ତେ ବୋଲି କହିଥିଲେ। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜଂଗଲ ଜନ୍ତୁକୁ କେହି ଖାଦ୍ୟ ଦେଲେ ତାହା ବଡ଼ ଅପରାଧ। ତେଣୁ ଏଥିରୁ ନିବୃତ ରୁହନ୍ତୁ।
Malkangiri
Follow Us