ନିଜ ସର୍ଭିସ ରିଭଲଭରରେ ଗୁଳିଫୁଟାଇ କନେଷ୍ଟବଳଙ୍କ ଆତ୍ମହତ୍ୟା

Advertisment
ନିଜ ସର୍ଭିସ ରିଭଲଭରରେ ଗୁଳିଫୁଟାଇ କନେଷ୍ଟବଳଙ୍କ ଆତ୍ମହତ୍ୟା

JSOnline.com

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ନିଜ ସର୍ଭିସ ରିଭଲଭରରେ ଶନିବାର କନେଷ୍ଟବଳ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ କନେଷ୍ଟବଳଙ୍କ ନାମ ସୁନୀଲ ମହାନନ୍ଦିଆ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଝାଟିମାଟି କଲୋନୀ ଥିବା ନିଜ ଘରେ କେହି ନଥିବା ବେଳେ ସୁନୀଲ ମହାନନ୍ଦିଆ ନିଜ ମୁଣ୍ଡରେ ଗୁଳି କରିଥିଲେ। ସୁନୀଲ ମହାନନ୍ଦିଆର ପଡୋଶୀ ଗୁଳି ଶବ୍ଦ ଶୁଣି ଆସି ଦେଖିଲାବେଳକୁ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କନେଷ୍ଟବଳ ସୁନୀଲ ମହାନନ୍ଦିଆଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେ ସର୍ଭିସ୍‌ ରିଭଲଭରରୁ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କାହିଁକି କରିଛନ୍ତି ତାହାର ସୂଚନା ଏଯାବତ୍‌ ମିଳି ପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe