ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗାଁରେ ଡମ୍ବରୁ ନାୟକଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଇନ୍ଫରମର ସନ୍ଦେହରେ ମାଓବାଦୀମାନେ ଡମ୍ବରୁଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା କହିଛନ୍ତି।
ଗତକାଲି ରାତିରେ ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ କୁରୁବ ଗାଁରେ ପହଞ୍ଚି ଡମ୍ବରୁଙ୍କୁ ଘର ଟାଣି ଆଣିବା ସହିତ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରିଥିଲେ। ପରେ ସେଠାରେ ମାଓବାଦୀମାନେ ଏକ ଚିଠି ଛାଡ଼ି ଚାଲି ଯାଇଛନ୍ତି। ଏଥିରେ ପୁଲିସ ଇନ୍ଫରମର ଥିବାରୁ ଡମ୍ବରୁଙ୍କୁ ହତ୍ୟା କରାଯାଇଛି ବୋଲି ଉଲ୍ଲେଖ କରାଯାଇଛିି।
ମାଲକାନଗିରି: ପୁଲିସ ଇନ୍ଫରମର ସନ୍ଦେହରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ
Advertisment
Follow Us