ମମିତା ହତ୍ୟାକାଣ୍ଡ: ଏସପି ଅଫିସରେ ଧସେଇ ପସିଲେ ବିଜେପି କର୍ମୀ

Advertisment
ମମିତା ହତ୍ୟାକାଣ୍ଡ: ଏସପି ଅଫିସରେ ଧସେଇ ପସିଲେ ବିଜେପି କର୍ମୀ

କୋରାପୁଟ: ଦିନକୁ ଦିନ କୁହୁଳୁଛି ମମିତା ତାତି । କୋରାପୁଟରେ ଆଜି ବିଜେପି ପକ୍ଷରୁ ମମିତା ହତ୍ୟାକାଣ୍ଡରେ ସାମିଲ ରହିଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବାକୁ ଦାବି ଉଠିଛି । ପରିସ୍ଥିତି ଏପରି ହୋଇଥିଲା ଯେ ଏସପିଙ୍କ କାର୍ଯ୍ୟାଳୟକୁ ଧଷେଇ ପସିଥିଲେ ଶତାଧିକର୍ମୀ । ସେମାନଙ୍କ ପାଇଁ ପୁଲିସ ପକ୍ଷରୁ ଏକ ପ୍ଲାଟୁନ ଫୋସ ନିୟୋଜିତ ହୋଇଥିଲେ ।

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରତିବାଦରେ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଶୋଭାଯତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏସପି ଅଫିସକୁ ଧସେଇ ପସିଥିଲେ ।କୋରାପୁଟ ହାଇସ୍କୁଲ ଛକରୁ ଯୁବ ମୋର୍ଚ୍ଚା ସଭାପତି ସାବନ କୁମାର ମହାନ୍ତିଙ୍କ ନେତୃତ୍ବରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ,ପୂର୍ବତନ ସଭାପତି ଜୟରାମ ଗରଡା, ଗୈାତମ ସାମାନ୍ତରାୟ , ଜି.ସଂଜିବ କୁମାର , ପୂର୍ଣ୍ଣିମା ନାୟକ ,ଭାଗିରଥି ପାଟନିଆ ,ବିଜୟ କୁମାର ଦଳେଇ ପ୍ରମୁଖଙ୍କ ସହ ଶତାଧିକ ନେତା ଓ କର୍ମୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟାାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତେ । କିନ୍ତୁ ଅସଂଖ୍ୟ ନେତା ଓ କର୍ମୀ ଏସପିଙ୍କ କାର୍ଯ୍ୟାଳୟକୁ ଧସେଇ ପଶି ଯାଇଥିଲେ।

ଏହାପରେ କାର୍ଯ୍ୟାାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ଓ ଏସପିଙ୍କୁ ଘଟଣାସ୍ଥଳକୁ ଆସିବାକୁ ଉପସ୍ଥିତ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।ଅନେକ ଯୁକ୍ତିତର୍କ ପରେ ଡିଏସପି ନିରଞ୍ଜନ ବେହେରା ଆନ୍ଦୋଳନରତ ନେତାମାନଙ୍କ ସହ ଆଲୋଚନା କରିବା ପରେ ବିଜେପି ନେତାମାନେ କାର୍ଯ୍ୟାାଳୟରୁ ଫେରି ଆସି ଜାତୀୟ ରାଜପଥରେ ଗୃହ ର ।ଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶ ପୁତଲିକା ଦାହ କରିଥିଲେ ।

ଅଭିଯୁକ୍ତ ଗିରଫ ଗୋବିନ୍ଦ ସାହୁଙ୍କୁ ୧୭ ତାରିଖରେ ହାଜତରେ ନ ରଖି କାହିଁକି ବ୍ୟ ।ରେକରେ ରଖାଗଲା ,୧୮ ତାରିଖରେ କୋଭିଡ ପରୀକ୍ଷା ଓ ୧୯ ତାରିଖରେ ଆଖୁ କିଆରୀରୁ ଗିରଫ କରିବା ରହସ୍ୟମୟୀ ବୋଲି ଯୁବ ମୋର୍ଚ୍ଚା ସଭାପତି ସାବନ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ କରିବାକୁ ସେ ଦାବି କରିଥିଲେ । ଯଦି ନ ହୁଏ ତେବେ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଗାଡି,ଚକ ଓ ଅଖ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe